ଏବେ ନୁହେଁ ତ କେବେ ନୁହେଁ ! ରାମମନ୍ଦିର ନିର୍ମାଣକୁ ନେଇ ବାବା ରାମଦେବଙ୍କ ବଡ ବୟାନ

135

ରାମ ମନ୍ଦିର ନିର୍ମାଣକୁ ନେଇ ଯୋଗଗୁରୁ ବାବା ରାମଦେବଙ୍କ ବଡ ବୟାନ । ରାମ ମନ୍ଦିର ନିର୍ମାଣ ନ ହେଲେ ଦେଶରେ ସାମ୍ପ୍ରଦାୟିକ ମାହୋଲ ସୃଷ୍ଟି ହେବ । ରାମ ମନ୍ଦିର ନିର୍ମାଣକୁ ନେଇ ରାମଦେବ କହିଛନ୍ତି ଯଦି ଏବେ ନୁହେଁ ତ କେବେ ନୁହେଁ । ବାରଣାସୀରେ ପତଞ୍ଜଳୀର ଏକ ବିଜ୍ଞାପନ ସୁଟିଂ ସମୟରେ ଏଭଳି କହିଛନ୍ତି ରାମଦେବ ।

ଆପୋଷ ବୁଝାମଣାରେ ରାମ ମନ୍ଦିର ନିର୍ମାଣ ହେବ ଆଉ ସେଭଳି ସମୟ ନାହିଁ । ସଂସଦରେ କାନୁନ ଆଣିବା ସହ ମନ୍ଦିର ନିର୍ମାଣ କରାଯାଉ ବୋଲି କହିଛନ୍ତି । ଏଥିରେ ଆଦୌ ବିଳମ୍ବ କରାଯିବା ଉଚିତ୍ ନୁହେଁ । ୨୫ ବର୍ଷରୁ ଅଧିକ ହେଲାଣି ରାମ ମନ୍ଦିର ନିର୍ମାଣର ସ୍ୱପ୍ନ ଦେଖାଯାଉଛି । ତେଣୁ ଏଭଳି ସମୟରେ ଏବେ ନୁହେଁ ତ କେବେ ନୁହେଁ ବିଚାରଧାରା ନେଇ କାମ କରିବାକୁ ପଡିବ ବୋଲି ରାମଦେବ କହିଛନ୍ତି ।

ଏହି ବାର୍ତ୍ତାଳାପ ସମୟରେ ବାବା ନିଜକୁ ସର୍ବଦଳୀୟ ତଥା ନିର୍ଦ୍ଦଳୀୟ ବୋଲି କହିଛନ୍ତି । କୌଣସି ଦଳକୁ ସେ ସମର୍ଥନ କରୁନାହାନ୍ତି । ଏହାଛଡା ଏବେ ୩ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ରାମଦେବ ଟି-୨୦ ମ୍ୟାଚ ସହ ତୁଳନା କରିଛନ୍ତି । ଏହି ୩ଟି ରାଜ୍ୟରେ ଜିତିବାକୁ ବିଭିନ୍ନ ଦଳ ସଂର୍ଘଷ କରୁଛନ୍ତି । କିନ୍ତୁ ପରିଣାମ ଯାହା ବି ଆସିବ ତାହା ଦେଶ ପାଇଁ ଶୁଭଙ୍କର ବୋଲି କହିଛନ୍ତି ବାବା ରାମଦେବ ।