ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ! ଲକ୍ଷ୍ନୌରେ ମୋଦିଙ୍କ ସହ ଯୋଗୀଙ୍କ ଯୋଗ

41

କନକ ବ୍ୟୁରୋ: ଯୋଗ ଦିବସ ପାଇଁ ନ୍ୟୁୟର୍କ ସ୍ଥିତ ଜାତିସଂଘ କାର୍ଯ୍ୟାଳୟ ହୋଇପଡିଛି ଯୋଗମୟ । ଜାତିସଂଘ ମୁଖ୍ୟାଳୟରେ ଯୋଗ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଛି ।

ସେହିପରି ଗୁଜୁରାଟର ଅହମଦାବାଦରେ ଯୋଗଗୁରୁ ରାମଦେବଙ୍କ ଦ୍ୱାରା ଆୟୋଜିତ ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ । ବିଜେପି ସଭାପତି ଅମିତ ଶାହା ଏହି ଯୋଗ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି ।

ଅନ୍ୟପଟେ ବିଶ୍ୱ ଯୋଗ ଦିବସ ଅବସରରେ ଆଜି ଲକ୍ଷ୍ନୌର ରମାବାଇ ଆମ୍ବେଦକର ମୈଦାନରେ ୫୫ ହଜାର ଲୋକଙ୍କ ସହ ଯୋଗ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରମାବାଇ ଆମ୍ବେଦକର ମୈଦାନର ଏହି ଯୋଗ ଶିବିରରେ ପ୍ରଧାନମନ୍ତ୍ରୀଙ୍କ ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଯୋଗ ଦେଇଛନ୍ତି । ଦେଶର ପ୍ରାୟ ୭୪ ସହରର ଯୋଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।