ଯୋଗ ଓ ଧ୍ୟାନ ହ୍ରାସ କରେ କର୍କଟ ରୋଗର ଆଶଙ୍କା !

69

ଯୁଗ ଯୁଗରୁ ଭାରତରେ ଯୋଗ ଓ ଧ୍ୟାନର ଗରୁତ୍ୱ ବିଷୟରେ କୁହାଯାଇ ଆସୁଛି । ଏବେ ପାଶ୍ଚାତ୍ୟ ଦେଶମାନଙ୍କରେ ମଧ୍ୟ ଏହାର ଗୁରୁତ୍ୱ ବୁଝିଲେଣି, ଏବଂ ଅଧିକରୁ ଅଧିକ ଲୋକ ଯୋଗ କରିବା ପାଇଁ ପସନ୍ଦ କରୁଛନ୍ତି । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯୋଗ ଓ ଧ୍ୟାନ କରିବା ଦ୍ୱାରା ଡିଏନଏରେ ପରିବର୍ତ୍ତନ ଆସି କ୍ୟାନସରର ଆଶଙ୍କା କମାଇଥାଏ ।

ଏଥିରେ କୁହଯାଇଛି ଯୋଗ ଓ ଧ୍ୟାଦ କରଥିତ୍ୱା ଲୋକଙ୍କ ଭିତରେ ଆବେଗ ଓ ଉଦବେଗ ସୃଷ୍ଟିକାରୀ ଜିନକୁ ସକ୍ରିୟ କରୁଥିବା ଅଣୁ ବହୁ ପରିମାଣରେ ହ୍ରାସ ପାଇଯାଏ । ଏହି ଆବେଗ, ଉଦବେଗ ଯୋଗୁଁ କ୍ୟାନସର, ବୟସ ବୃଦ୍ଧି ଓ ଦୁର୍ବଳ ମାନସିକ ଅବସ୍ଥା ଦେଖାଦିିଏ ।

ଅଧ୍ୟୟନରେ ଜଣେ ବଗେଷକଙ୍କ ଅନସାରେ ଏବେ ଲକ୍ଷ ଲକ୍ଷ ଲୋକ ଯୋଗ ଓ ଧ୍ୟାନ ଯୋଗୁ ଅନେକ ଲାଭ ପାଇପାରୁଛନ୍ତି । କିନ୍ତୁ ଯୋଗ କରୁିଥିବା ଲୋକମାନେ ନିଜେ ଜାଣିନଥିବେ କି ଯୋଗ ଦ୍ୱାରା ଅଣୁସ୍ତରରୁ ଆରମ୍ଭ କରି ଜିନରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଏହାସହ ଆମକୁ ଅନେକ ଭୟଙ୍କର ରୋଗରୁ ରକ୍ଷାକରେ ।