ଶୀତ ଦିନେ ଆଣ୍ଠୁବ୍ୟଥା ହେଉଛି କି ? କରନ୍ତୁ ଏହି ଯୋଗାସନ ଓ ପ୍ରାଣାୟମ, ସମସ୍ୟା ହେବ ଦୂର

ଶୀତ ଦିନେ ଆଣ୍ଠୁ ଦରଜରୁ ମୁକ୍ତି ପାଇଁ କ’ଣ କରିବେ ?

151

ଋତୁ ପରିବର୍ତ୍ତନ ଯୋଗୁଁ ଶରୀରରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଶୀତଦିନେ ସବୁଠୁ ସାଧାରଣ ଜିନିଷ ହେଉଛି ଆଣ୍ଠୁ ଦରଜ। ଯାହାକୁ ଯୋଗାସନ ମାଧ୍ୟମରେ ଭଲ କରି ହୋଇଥାଏ। ଯୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଜାଣନ୍ତୁ କେଉଁ ଯୋଗାସନ ଓ ପ୍ରାଣାୟମ ଆଣ୍ଠୁ ଗଣ୍ଠିକୁ ମଜବୁତ୍ କରିବା ସହ ଦରଜ ଦୂର କରିଥାଏ।

ବଜ୍ରାସନ : ପ୍ରତିଦିନ ବଜ୍ରାସନ କରିବା ଦ୍ୱାରା ପେଟ ଜନିତ ସମସ୍ୟା ଯେମିତିକି; ପେଟ ଦରଜ, ଗ୍ୟାସ୍, କବ୍ଜ ଓ ଏସିଡିଟି ଦୂର ହୋଇଥାଏ। ଆଣ୍ଠୁ ଦରଜରୁ ମୁକ୍ତି ମିଳିଥାଏ।

କପାଳଭାତି : କପାଳଭାତି ପ୍ରାଣାୟମ ନିୟମିତ କରିବା ଦ୍ୱାରା ଶରୀରରେ ଥିବା ବିଷ ତତ୍ତ୍ୱ ଦୂର ହୋଇଥାଏ ଓ ଶରୀର ସର୍ବଦା ସକ୍ରିୟ ରହିଥାଏ।

ନାଡ଼ି ଶୋଧନ ପ୍ରାଣାୟମ : ନାଡ଼ି ଶୋଧନ ପ୍ରାଣାୟମ କରିବା ଦ୍ୱାରା, ଆପଣଙ୍କୁ ଅଜ୍ମା ଭଳି ବଡ଼ ରୋଗରୁ ବଞ୍ଚାଇବା ସହ ମୁଣ୍ଡବିନ୍ଧା, ମାଇଗ୍ରେନ୍ ଆଦି ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।