ପୁଣି ଚାଷ ଜମିରେ ନିଆଁ ଲଗାଇଲେ ଚାଷୀ ! ମୟୂରଭଂଜ ଜିଲ୍ଲା ଭଗାବନ୍ଦୀ ଗାଁର ଚାଷୀ ନିଜ ୨ଏକର ଜମିରେ ଲଗାଇଲେ ନିଆଁ

21

କନକ ବ୍ୟୁରୋ: ପୁଣି ଚାଷ ଜମିରେ ନିଆଁ ଲଗାଇଲେ ଚାଷୀ । ମୟୂରଭଂଜ ଜିଲ୍ଲା ରରୁଆଁ ବ୍ଳକ ଭଗାବନ୍ଦୀ ଗାଁର ଚାଷୀ ବିଘ୍ନେଶ୍ୱର ମହାନ୍ତି ତାଙ୍କ ୨ଏକର ଜମିରେ ନିଆଁ ଲଗାଇ ଦେଇଛନ୍ତି । ୨ଏକର ଫସଲରେ ମାଟିଆଗୁଣ୍ଡି ପୋକ ଲାଗିଯିବାରୁ ଫସଲ ନଷ୍ଟ ହୋଇଯାଇଛି ।

ଚାଷ ଜମିରେ ମାଟିଆ ଗୁଣ୍ଡି ପୋକ ଲାଗିଯିବା ପରେ ସେ କୃଷି ବିଭାଗ ସହ ବାରମ୍ବାର ଯୋଗାଯୋଗ କରିଥିଲେ । ମାତ୍ର କୃଷି ବିଭାଗ ଏଥିପ୍ରତି ଦୃଷ୍ଟି ନଦେବାରୁ ହତାଶ ହୋଇ ସେ ନିଜ ଚାଷ ଜମିରେ ନିଆଁ ଲଗାଇଦେଇଛନ୍ତି । ବ୍ୟାଙ୍କର ଋଣ ଆଣି ସେ ଚାଷ କରିଥିଲେ । ମାତ୍ର ଫସଲରେ ମାଟିଆଗୁଣ୍ଡ ପୋକ ଲାଗିଯିବାରୁ ସେ ହତାଶ ହୋଇ ନିଜ ଚାଷ ଜମିରେ ନିଆଁ ଲଗାଇ ଦେଇଛନ୍ତି ।