ଡାକ୍ତଖାନାକୁ ଡାକ୍ତର ଦିଅ ଦାବିରେ ଆସନ୍ତାକାଲି କୋରାପୁଟ ବନ୍ଦ ଡାକରା, ଏପଟେ ଆନ୍ଦୋଳନରେ ବସିଲେ ବିଧାୟକ

37

କନକ ବ୍ୟୁରୋ : ରାଜ୍ୟ ଓ କେନ୍ଦ୍ର ସରକାରା ଲୋକମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । ଖାସକରି ଯେପରିକି କୈାଣସି ଲୋକ ସ୍ୱାସ୍ଥ ସମସ୍ୟାରେ ପ୍ରାଣ ତ୍ୟାଗ ନକରେ ସେଥିପାଇଁ ଅନେକ କାମ ସରକାର ହାତକୁ ନେଇଛନ୍ତି । ମାଗଣା ଆମ୍ବୁଲାନ୍ସ ସେବାଠାରୁ ଆରମ୍ଭ କରି ନିରାମୟ ଔଷଧ ମାଗଣାରେ ଦେବା ପର୍ଯ୍ୟନ୍ତ । କିନ୍ତୁ ଏତେ ସବୁ ଯୋଜନା ହେଲାପରେ ମଧ୍ୟ ଅନେକ ସମୟରେ ଅଭିଯୋଗ ଆସେ କି ଲୋକମାନେ ସଠିକ ସମୟରେ ସ୍ୱାସ୍ଥ୍ୟ ସେବା ପାଇପାରୁନାହାନ୍ତି । ଏପରି କିଛି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ । ସେଠାକାର ଲକ୍ଷ୍ମଣନାୟକ ମେଡିକାଲରେ କଲେଜରେ ଅନେକ ଅଭିଯୋଗ ଆସିଥିବା ଦେଖାଦେଇଛି । ତେଣୁ ସେଠାରେ ଲୋକମାନେ ଧାରଣାରେ ବସିଥିବା ସୂଚନା ମିଳିଛି ।

 

କେବଳ ଲୋକମାନେ ନୁହେଁ ବରଂ ଖୋଦ ସେଠାକାର ସ୍ଥାନୀୟ ଜନପ୍ରତିନିଧି ମଧ୍ୟ ଧାରଣାରେ ବସିଥିବା ଦେଖାଦେଇଛି । ବିଧାୟକ ଅଭିଯୋଗ କରିଛନ୍ତି ଯେ, ସେଠାକାର ଲୋକମାନଙ୍କୁ ଭଲରେ ଚିକିତ୍ସା ସେବା ମିଳିପାରୁନାହିଁ । ଆଦିବାସୀଙ୍କ ଲାଗି ସରକାର ଅନେକ ଯୋଜନା କରୁଛନ୍ତି ହେଲେ କୈାଣସି ସୁବିଧା ଏଠାକାର ଲୋକମାନେ ପାଇ ପାରୁନାହାନ୍ତି । ତେଣୁ ଏପରି ଭାବରେ ଆନ୍ଦୋଳନ କରାଯାଉଥିବା ବିଧାୟକ କହିଛନ୍ତି । ଏପରି ସମସ୍ୟାକୁ ନେଇ ଆସନ୍ତ କାଲି କୋରାପୁଟ ବନ୍ଦ ଡାକରା ଦିଆଯାଇଛି । ମେଡିକାଲ କଲେଜରେ ମୋଟ ୮୨ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ମାତ୍ର ୩୧ ଡାକ୍ତର ସେଠାରେ ରହି ରୋଗୀମାନଙ୍କ ସେବା କରୁଥିଲେ । ତେବେ ମିଳିଥିବା ସୂଚନା ଅନୁସାରେ ସେମାନଙ୍କ ମଧ୍ୟରୁ ୧୮ଜଣଙ୍କୁ ଜୟପୁର ମେଡିକାଲ ଏହାରି ମଧ୍ୟରେ ବଦଳି କରାଯାଇଛି । ତେଣୁ ବର୍ତ୍ତମାନ ସମୟରେ ୧୪ ଜଣ ଡାକ୍ତର ମେଡିକାଲରେ ରହି ରୋଗୀମାନଙ୍କ ଚିକିତ୍ସା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଏକାଥରକେ ୯ ଜଣ ଛୁଟିରେ ରହିଛନ୍ତି ।

 

ତେବେ ଏତେ କମ ସଂଖ୍ୟାରେ ଡାକ୍ତର କିପରି ଭାବରେ ଏତେମାତ୍ରାରେ ରୋଗୀମାନଙ୍କର ଚିକିତ୍ସା କରିବେ ସେନେଇ ଚିନ୍ତାରେ ରୋଗୀ ଓ ସ୍ଥାନୀୟ ବାସୀ । ତେବେ ବାରମ୍ବାର ଏନେଇ ସରକାର ଓ ସ୍ଥାନୀୟ ପ୍ରଶାସନକୁ ଅବଗତି କରାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିନାହିଁ । ତେଣୁ ବାଧ୍ୟ ହୋଇ ଗତକାଲି କୋରାପୁଟ ବନ୍ଦ କରିବା ସହ ଯେ ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ କରାନଯିବ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଆନ୍ଦୋଳନ କାରୀମାନେ ସୂଚନା ଦେଇଛନ୍ତି । ଏହାସହ ବିଧାୟକ କହିଛନ୍ତି ଯେ, ଏଠାକାର ଲୋକ ଆଦିବାସୀ ହୋଇଥିବାରୁ ସରକାର ସେମାନଙ୍କ କଥାକୁ ଏତଟା ଗୁରୁତ୍ୱ ଦେଉନାହାନ୍ତି । ଆମ କଥା ନଶୁଣିଲେ ଆମେ ଏହି ଆନ୍ଦୋଳନକୁ ଜୋରଦାର କରିବୁ ବୋଲି ବିଧାୟକ କହିଛନ୍ତି । ଏହି ଆନ୍ଦୋଳନରେ ଶତାଧିକ ଲୋକ ସାମିଲ ହୋଇଥିବା ସୂଚନା ମିଳିଛି ।