ମହିଳାଙ୍କୁ ସୁରକ୍ଷା ଦେବ ସ୍ୱତନ୍ତ୍ର ଯନ୍ତ୍ର ! ଅସଦାଚରଣରୁ କରିବ ରକ୍ଷା, ଅପରାଧୀଙ୍କୁ ପଠାଇବ ଜେଲ୍

41

ଦିନକୁ ଦିନ ଆମ ରାଜ୍ୟ ଓଡ଼ିଶା ତଥା ଦେଶରେ ମହିଳାଙ୍କ ପ୍ରତି ନିର୍ଯ୍ୟାତନା ବଢ଼ିବାରେ ଲାଗିଛି । ପ୍ରତିଦିନ ମହିଳାଙ୍କ ସହ ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା, ଘରୋଇ ହିଂସା ପରି ଅନେକ ଘଟଣା ଘଟୁଛି । ଆମେ ଆମେ ସବୁ ଜାଣିଶୁଣି ବି ନୀରବ । ଯେପରି କିଛି ଉପାୟ ନାହିଁ । ଜାତିସଂଘର ତଥ୍ୟ ଅନୁସାରେ ସାରା ପୃଥିବୀରେ ପ୍ରତି ତିନି ଜଣରେ ଜଣେ ମହିଳା ନିଜ ଜୀବନକାଳ ଭିତରେ କୌଣସି ପ୍ରକାର ହିଂସାର ସମ୍ମୁଖୀନ ହୋଇଥାନ୍ତି । ମହିଳାଟିଏ ଘରଭିତରେ, ସାଧାରଣ ସ୍ଥାନମାନଙ୍କରେ ତଥା କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ନିର୍ୟାତନାର ଶିକାର ହେବା ଫଳରେ ସେମାନଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବ ସହିତ ସାମାଜିକ ବିକାଶରେ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ ।

ନିର୍ଭୟା ମାମଲା ବିଷୟରେ ଆପଣ ସମସ୍ତେ ଅବଗତ । ନିର୍ଭୟା ମାମଲା ପରେ ଏପରି ଘଟଣା କମିବା ପରିବର୍ତ୍ତ ଲାଗୁଛି ଯେପରି ଅଧିକ ଘଟୁଛି । ପ୍ରତିଦିନ ଶହ ଶହ ନିର୍ଭୟା ଏପରି ନିର୍ଯାତିତ ହେଉଛନ୍ତି । ଏହାର କାରଣ ହେଲା ଅପରାଧୀଙ୍କୁ ଉଚିତ୍ ଦଣ୍ଡବିଧାନ ହେଉନାହିଁ । ଅପରାଧ କରି ଖୋଲାରେ ବିଚରଣ କରୁଛନ୍ତି ଅପରାଧୀ । ଉଦାହରଣ ସ୍ୱରୂପ କୁନ୍ଦୁଲି ମାମଲାକୁ ନିଆଯାଉ । କୁନ୍ଦୁଲି ପୀଡ଼ିତା ଗଣଦୁଷ୍କର୍ମର ଶିକାର ହୋଇ ଶେଷରେ ଆତ୍ମହତ୍ୟା ପରି ରାସ୍ତାକୁ ବାଛିନେଲେ । ଆଉ ମୃତ୍ୟୁ ପରେ ବି ତାଙ୍କୁ ମଳିଲାନି ନ୍ୟାୟ । ରାଜ୍ୟ ସରକାର ସବୁ ଦେଖି ବି ଯେପରି ଆଖି ବନ୍ଦ କରିଦେଇଛନ୍ତି । ତଦନ୍ତ ପରେ ତଦନ୍ତ ହେଉଛି କିନ୍ତୁ ଫଳ ଶୂନ୍ୟ । ସବୁ ଜାଣିବି ନଜାଣିବା ପରି ଅଭିନୟ କରୁଛନ୍ତି । ଏପରିସ୍ଥଳେ ମହିଳା ମାନଙ୍କୁ ଅନ୍ୟ ଉପରେ ନିର୍ଭର ନକରି ନିଜେ ସଜାଗ ରହିବା ଜରୁରୀ । ଏପରି ପରିସ୍ଥିତିର ମୁକାବିଲା ପାଇଁ ସବୁବେଳେ ସଚେତନ ରହିବା ଉଚିତ୍ ।

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଏକ ନୂଆ ଟ୍ରାକିଂ ଯନ୍ତ୍ର ଉପସ୍ଥାପନ ହୋଇଛି । କମ୍ପାନୀ Yepzon  Oy ଏହି ଯନ୍ତ୍ର ଉଦ୍ଭାବନ କରିଛି । ଏହି ଟ୍ରାକିଂ ଯନ୍ତ୍ରର ନାମ ହେଲା Yepzon । Yepzon ଯନ୍ତ୍ରର ସ୍ୱତନ୍ତ୍ରତା ହେଲା ଏଥିରେ ଲାଗିଥିବା କ୍ଲାଉଡ଼୍ ସର୍ଭିସ ଜରିଆରେ ଦୁନିଆର କୌଣସି ବି ଅଂଚଳକୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଟ୍ରାକ୍ କରାଯାଇପାରିବ । ଏହି ଟ୍ରାକିଂ ଯନ୍ତ୍ର ମୋବାଇଲ ଆପ୍ ଜରିଆରେ କୌଣସି ବି ବ୍ୟକ୍ତିର ଠିକଣାକୁ ଖୁବ ସହଜରେ ଟ୍ରାକ୍ କରିନିଏ । କମ୍ପାନୀ ଦାବି କରିଛି ଏହି ଯନ୍ତ୍ରର ବ୍ୟାଟେରୀକୁ ଥରେ ଚାର୍ଜ କଲେ ଅନେକ ଦିନ ପର୍ଯ୍ୟନ୍ତି ଚାଲିବ । ବାରମ୍ବାର ଏହି ଯନ୍ତ୍ରକୁ ଚାର୍ଜ କରିବାର କୌଣସି ଆବଶ୍ୟକତା ନାହିଁ । ଏହି ଯନ୍ତ୍ର ମାତ୍ର କିଛି ମିନିଟ୍ ଭିତରେ ଯେକୌଣସି ସ୍ଥାନର ଲୋକେସନ୍ ଟ୍ରାକ୍ କରିପାରିବ । ଏହି ଟ୍ରାକିଂ ଯନ୍ତ୍ରକୁ ୟୁଜର ନିଜର ହାତରେ ପିନ୍ଧିପାରିବେ ।

ଏହି ଯନ୍ତ୍ରକୁ ସର୍ବପ୍ରଥମେ ୨୦୧୨ରେ ଉପସ୍ତାପନ କରିଥିଲା Yepzon  Oy । ଆଉ ସେହି ସମୟରେ ଫିନଲାଣ୍ଡ, ଆମେରିକା ଓ ଲଣ୍ଡନ୍ ସମେତ ଆଉ ଅନେକ ଦେଶରେ ଉପସ୍ଥାପନ କରାଯାଇଥିଲା । ଏବେ ଏହି କମ୍ପାନୀ ଆମ ଦେଶ ଭାରତରେ ଏହାର ମ୍ୟାନୁଫାକଚରିଂ ୟୁନିଟ୍ ତିଆରି କରିବ । ତେବେ ଏହି ଟ୍ରାକିଂ ଡିଭାଇସ୍ ସୁଲଭ ମୂଲ୍ୟରେ ବିକ୍ରି ହେଲେ ହିଁ ବ୍ୟବହାର କରିପାରିବେ ସାଧାରଣ ମହିଳା। ଆଗାମୀ ସମୟରେ ହିଁ ଦେଖାଯିବ ଏହି ଯନ୍ତ୍ର ଭାରତର ମହିଳାଙ୍କ ପାଇଁ କେତେ ଉପଯୋଗୀ ହୋଇପାରୁଛି ।