କର୍ଣ୍ଣାଟକରେ ବହୁମତ ପରୀକ୍ଷାରେ ବିଜେପି ପାସ୍। ବିଧାନସଭାରେ ବହୁମତ ପ୍ରମାଣ କରି ସରକାର ଗଢିଲେ ୟେଦୁରପ୍ପା

ଖୁବ୍ ଶୀଘ୍ର ମନ୍ତ୍ରୀମଣ୍ଡଳର ହେବ ସଂପ୍ରସାରଣ

270

କନକ ବ୍ୟୁରୋ: କର୍ଣ୍ଣାଟକରେ ବହୁମତ ପରୀକ୍ଷାରେ ପାସ ହେଲା ବିଜେପି ସରକାର ।  ବିଧାନସଭାରେ ବହୁମତ ପ୍ରମାଣ କରିଛନ୍ତି ବିଏସ ୟେଦୁରପ୍ପା।  ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରକେ ଆସ୍ଥା ଭୋଟ ଲୋଡିଥିଲେ ୟେଦୁରପ୍ପା । ତେବେ ବିରୋଧୀ ଏଥିପାଇଁ ମତ ବିଭାଜନ ପାଇଁ ଦାବି କରିନଥିଲେ । ଫଳରେ ଆସ୍ଥାଭୋଟରେ ବିଜୟୀ ହୋଇଛନ୍ତି ୟେଦୁରପ୍ପା। କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସର ୧୭ ବିଧାୟକଙ୍କ ବିଦ୍ରୋହ ଯୋଗୁଁ କୁମାରସ୍ୱାମୀ ସରକାରଙ୍କ ପତନ ଘଟିଥିଲା ।  ଏହା ପରେ ବିଜେପି ନେତୃତ୍ୱଧୀନ ୟେଦୁରପ୍ପା ସରକାର କ୍ଷମତାସୀନ ହୋଇଛନ୍ତି  ।

ବଡ କଥା ହେଲା କି, ଗତକାଲି  ୧୪ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ବାଚସ୍ପତି । ଏହାପରେ ଆସ୍ଥାଭୋଟରେ ବିଜୟ ହେବା ୟେଦୁରପ୍ପାଙ୍କ ପାଇଁ ସହଜ ହୋଇପଡିଥିଲା ।  କର୍ଣ୍ଣାଟକ ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୨୪  । ତେବେ ୧୭ ବିଧାୟକ ଅଯୋଗ୍ୟ ଘୋଷଣା ପରେ ଏବେ କର୍ଣ୍ଣାଟକ ବିଧାନସଭାର ଆସନ ସଂଖ୍ୟା ୨୦୭କୁ ଖସିଆସିଛି  । ଫଳରେ ଆସ୍ଥାଭୋଟ୍ ଜିତିବାକୁ ୧୦୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ଏବେ ବିଜେପି ପାଖରେ ୧୦୫ ବିଧାୟକ ଅଛନ୍ତି  । ତେଣୁ ୟେଦୁରପ୍ପା ଆସ୍ଥାଭୋଟ ଜିତିଛନ୍ତି । ଏବେ ସମସ୍ତଙ୍କ ନଜର ନୂଆ ମନ୍ତ୍ରୀମଣ୍ଡଳ ଗଠନ ଉପରେ ରହିଛି ।