ରାଜ୍ୟରେ ବୃଦ୍ଧି ପାଉଛି ମଦ ବେପାର । ବଢୁଛି ବିଦେଶୀ ମଦର ଚାହିଦା ।

୨୦୦୮ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁଥିରେ କେତେ ବୃଦ୍ଧି ପାଇଛି ସେନେଇ ବିଧାନସଭାରେ ଲିଖିତ ତଥ୍ୟ ଉପସ୍ଥାପନ କରିଛନ୍ତି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ।

108

କନକ ବ୍ୟୁରୋ: ରାଜ୍ୟରେ ବୃଦ୍ଧି ପାଉଛି ବିଦେଶୀ ମଦର ଚାହିଦା । ୨୦୦୮ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁଥିରେ କେତେ ବୃଦ୍ଧି ପାଇଛି ସେନେଇ ବିଧାନସଭାରେ ଲିଖିତ ତଥ୍ୟ ଉପସ୍ଥାପନ କରିଛନ୍ତି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା । ବିଗତ ୧୦ ବର୍ଷ ଧରି ରାଜ୍ୟରେ କେଉଁ ମଦରେ ଚାହିଦା ବୃଦ୍ଧି ବା ହ୍ରାସ ପାଇଛି ସେନେଇ ଅବକାରୀ ମନ୍ତ୍ରୀଙ୍କୁ ବିଧାନସଭାରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ନବ କିଶୋର ଦାସ । ଏନେଇ ଲିଖିତ ଉତ୍ତର ଉପସ୍ଥାପନ କରିଛନ୍ତି ବିଭାଗୀୟ ମନ୍ତ୍ରୀ ।


ମଦ୍ୟପାନ ତଥା ନିଶା ଦ୍ରବ୍ୟ ବ୍ୟବହାରର ଭୟାବହତା ଏବଂ କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏପରିକି ଜିଲ୍ଲାସ୍ତରରେ ରାଲି, ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ, ପ୍ରଚାର ପତ୍ର ବିତରଣ ମାଧ୍ୟମରେ ଲୋକମାନଙ୍କୁ ଖାଦ୍ୟ ପାନର କୁପ୍ରଭାବ ବାବଦରେ ଅବଗତ କରାଯାଉଛି । ଯେଉଁଥି ପାଇଁ ୩ କୋଟି ୯୮ ଲକ୍ଷ ୯୫ ହଜାର ଟଙ୍କା ଯୋଗାଇ ଦିଆଯାଇଛି । କିନ୍ତୁ ମଦୁଆଙ୍କ ସଂଖ୍ୟା ହ୍ରାସ ହେବା ପରିବେର୍ତ୍ତ ବୃଦ୍ଧି ପାଉଛି ।

ମଦ ଏକ ଅବଗୁଣ ପଦାର୍ଥ ହୋଇଥିବାରୁ ଏହାର ଚାହିଦାକୁ ବୃଦ୍ଧି କରିବା ସରକାରଙ୍କ ଲକ୍ଷ୍ୟ ନୁହେଁ । ଅନୁସୂଚିତ ଅଞ୍ଚଳ ମାନଙ୍କରେ ମଦର ପ୍ରସାର ରୋକିବା ପାଇଁ ପଞ୍ଚାୟତ ଏକ୍ସଟେନସନ ଆକ୍ଟ ୧୯୯୬କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବଂ ଗ୍ରାମସଭାରେ ଆପତ୍ତି ଥିଲେ କୌଣସି ପରସ୍ଥିତିରେ ଦାକାନ ଗୁଡ଼ିକର ନବୀକରଣ କରାଯାଉ ନାହିଁ ବୋଲି ସ୍ପଷ୍ଟିକରଣ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।