ଆମେ ସାଧାରଣତଃ ହାଇ ମାରିବା ସମୟରେ ମୁହଁରେ ହାତ ଦେଉ । କିନ୍ତୁ କାହିଁକି ? କାରଣ ହାଇ ମାରିବା ସମୟରେ ଶ୍ୱାସ ଜୋରରେ ନେଇ ତାକୁ ପୁଣି ବାହାରକୁ ଛାଡିବାକୁ ପଡେ । ଯଦି ଏହି ସମୟରେ ଆମେ ନିଜ ହାତରେ ମୁହଁକୁ ନଢ଼ାଙ୍କୁ ତେବେ ବାୟୁର ତୀବ୍ରତା ଯୋଗୁ ମଶା, ମାଛି ଓ ଅନ୍ୟାନ୍ୟ ଜୀବାଣୁ ପେଟକୁୁ ଯିବାର ସମ୍ଭାବନା ଥାଏ । ହାଇ ମାରିବା ସମୟରେ ହାତ ଦେବା ପାଇଁ ମୁନି, ଋଷି, ବିଦ୍ୱାନ ଏପରିକି ବୈ÷ଜ୍ଞାନିକ ମାନେ ମଧ୍ୟ ପରାମର୍ଶ ଦିଅନ୍ତି ।

କୌଣସି ସଭା ସମିତିରେ ବସିଥିବା ସମୟରେ ଆମେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସୁ । ଏମିତିରେ ସଭାରେ କିଏ ହାଇ ମାରିଲେ, କାଶିଲେ କିମ୍ବା ଛିଙ୍କିଲେ ରୋଗ ସଂକ୍ରମଣ ହେବାର ଭୟ ଥାଏ । କାରଣ ସଭାରେ ସମସ୍ତ ବ୍ୟକ୍ତି ସୁସ୍ଥ ନଥାନ୍ତି । ସେମାନେ ଛିଙ୍କିଲା କିମ୍ବା ହାଇ ମାରିବା ସମୟରେ ଜୀବାଣୁ ଆମ ଦେହକୁ ଯିବାର ସମ୍ଭାବନା ରହିଥାଏ । ତେଣୁ ହାଇ ମାରିବା ସମୟରେ ମୁହଁରେ ହାତ ଦେବା ଉଚିତ୍ ।

Comments

comments