ଯଶପାଲ ମହାନ୍ତି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ! ହାଇକୋର୍ଟ ବାରକୁ ୩୬ ରନରେ ହରାଇ ଭୁବନେଶ୍ୱର ବାର ଆସୋସିଏସନ ଚାମ୍ପିୟନ

54

କନକ ବ୍ୟୁରୋ : ଉଦଯାପିତ ହୋଇଛି ଯଶପାଲ ମହାନ୍ତି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମଣ୍ଟେ । କଟକ ସନସାଇନ ପଡିଆରେ ଚାଲିଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଭୁବନେଶ୍ୱର ବାର ଆସୋସିଏସନ ଚାମ୍ପିୟନ ହୋଇଛି । ଫାଇନାଲ୍ ମ୍ୟାଚରେ ଭୁବନେଶ୍ୱର ବାର ଆସୋସିଏସନ ୩୬ ରନରେ ହାଇକୋର୍ଟ ବାରକୁ ହରାଇ ଟ୍ରଫି ହାତେଇଛି ।

ଫାଇନାଲ ମ୍ୟାଚରେ ଟସ୍ ଜିତି ଭୁବନେଶ୍ୱର ବାର ଆସୋସିଏସନ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା । ୨୦ ଓଭର ବିଶିଷ୍ଟ ମ୍ୟାଚରେ ଭୁବନେଶ୍ୱର ବାର ଆସୋସିଏସନ ପ୍ରଥମେ ବ୍ୟାଟିଂ କରି ୪ ଓି୍ୱକେଟ ହରାଇ ୧୪୭ ରନ କରିଥିଲା । ଭୁବନେଶ୍ୱର ବାର ପକ୍ଷରୁ ଅଧିନାୟକ ସୁମନ ରାଉତରାୟ ସର୍ବାଧିକ ୫୮ ରନ କରିଥିବା ବେଳେ ଜୟନ୍ତ ଜେନା ୩୦ ରନ କରିଥିଲେ । ସେହିପରି ହାଇକୋର୍ଟ ବାର ପକ୍ଷରୁ ପ୍ରିନ୍ସ ପଟ୍ଟନାୟକ ୨ଟି ଓି୍ୱକେଟ ହାସଲ କରିଥିଲେ ।

ଅନ୍ୟପଟେ ୧୪୮ ରନର ବିଜୟ ଲକ୍ଷ୍ୟରେ ବ୍ୟାଟିଂ ଆରମ୍ଭ କରିଥିବା ହାଇକୋର୍ଟ ବାର ଆସୋସିଏସନ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ସମ୍ପୂର୍ଣ୍ଣ ୨୦ ଓଭର ଖେଳି ୮ ଓି୍ୱକେଟ ହରାଇ ୧୧୧ ରନ କରିବାକୁ ସକ୍ଷମ ହୋଇଥିଲା । ଆଉ ଏହାସହ ବିଜୟ ଲକ୍ଷ୍ୟ ଠାରୁ ୩୭ ରନ ପଛରେ ରହିଥିଲା । ଦଳ ପକ୍ଷରୁ ଶୁଭଙ୍କର ବୋଷ ସର୍ବାଧିକ ୩୫ ରନ କରିଥିଲେ । ଭୁବନେଶ୍ୱର ବାର ପକ୍ଷରୁ ୫୮ ରନ ରନ କରି ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୁମନ ରାଉତରାୟଙ୍କୁ ମ୍ୟାଚ ଅଫ ଦି ମ୍ୟାଚ ସହ ବେଷ୍ଟ ବ୍ୟାଟସମ୍ୟାନର ପୁରସ୍କାର ମିଳିଥିଲା । ସେହିପରି ଶୁଭଙ୍କର ବୋଷ ବେଷ୍ଟ ବୋଲର ଓ ଶଶିନ ପଟ୍ଟନାୟକ ବେଷ୍ଟ ଫିଲ୍ଡର ଭାବେ ପୁରସ୍କୃତ ହୋଇଥିଲେ ।

ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବିଚାରପତି ଜଷ୍ଟିସ ଏସ.କେ ମିଶ୍ର ଏବଂ ଏସ.କେ ସାହୁ ଯୋଗ ଦେଇଥିଲେ । ଗତ ୨୫ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବା ବେଳେ ଏଥିରେ ମୋଟ ୬ଟି ଦଳ ଭାଗ ନେଇଥିଲେ । ଆଉ ଫାଇନାଲରେ ଭୁବନେଶ୍ୱର ବାର ଆସୋସିଏସନ ଓ ହାଇକୋର୍ଟ ବାର ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ବିଜୟୀ ହୋଇଛି ଭୁବନେଶ୍ୱର ବାର ଆସୋସିଏସନ । ଫାଇନାଲ ମ୍ୟାଚକୁ ଅନୁପ ସାମନ୍ତରାୟ ଏବଂ ଲଲାଟ କେଶରୀ ନନ୍ଦ ମ୍ୟାଚ ପରିଚାଳନା କରିଥିଲେ ।