ଭୋକ ଓପାସରେ କଟୁଥିଲା ଦିନ ! ଗୁପଚୁପ୍ ବିକ୍ରି କରି ବଞ୍ଚାଇଲେ ଜୀବନ, କଠିନ ପରିଶ୍ରମ ବଳରେ ଭାରତୀୟ କ୍ରିକେଟ ଦଳରେ ପାଇଲେ ସ୍ଥାନ ।

57

ଜୀବନରେ ମଣିଷ ତାର ଲକ୍ଷ ସ୍ତଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିଥାଏ । କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆପେ ମିଳିଥାଏ । ତେଣୁ ନିଜର ସ୍ୱପ୍ନ ପୁରା କରିବା ପାଇଁ ଦୃଢ ମନବଳ ସହ କଠିନ ପରିଶ୍ରମ କରିବାକୁ ପଡିଥାଏ । ତେବେ ଯାଇଁ ମଣିଷ ତାର ଲକ୍ଷ ସ୍ତଳରେ ପହଞ୍ଚି ପାରିଥାଏ । ଠିକ ସେହିଭଳି ଏପରି ଏକ ସଫଳ ଯୁବକର କାହାଣୀ ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ ଯିଏ ଏବେ ଅନ୍ୟ ମାନଙ୍କ ପାଇଁ ଏକ ପ୍ରେରଣା ପଲଟିଛି । ଯୁବକର ନାମ ୟଶସ୍ୱୀ ଯାୟସୱଲ । ଦିନ ଥିଲା ଏହି ଯୁବକ ଭୋକ ଉପାସରେ ରାସ୍ତା କଡରେ ସୋଇରହୁଥିଲା । କିଛି ପଇସା ପାଇଁ ରାସ୍ତା କଡରେ ଗୁପୁଚୁପ ବିକ୍ରି କରୁଥିଲା । କିନ୍ତୁ ଏବେ ଏହି ଯୁବକ ଭାରତୀୟ ଅଣ୍ଡର-୧୯ ଟିମରେ ସ୍ଥାନ ପାଇ ଶ୍ରୀଲଙ୍କା ବିରୁଦ୍ଧରେ ହେବାକୁ ଥିବା ଅଣ୍ଡର-୧୯ ୱାଣ୍ଡେ ମ୍ୟାଚରେ ଖେଳିବାର ସୁଯୋଗ ପାଇଛି ।

୧୭ ବର୍ଷିୟ ୟଶସ୍ୱୀ ଯାୟସୱଲ ଯେବେ ୧୧ ବର୍ଷର ଥିଲେ ସେତେବେଳେ ସେ ଏକ ବଡ କ୍ରିକେଟର ହେବାର ସ୍ୱପ୍ନ ନେଇ ଉତରପ୍ରଦେଶରୁ ଆସି ବାହାରେ ଏକ ମୁସଲମାନ କ୍ଲବରେ ରହିଥିଲେ । ସେଠାରେ ସେ ତାଙ୍କ ସ୍ୱପ୍ନ ପୁରା କରିବା ପାଇଁ କଠିନ ପରିଶ୍ରମ ଆରମ୍ଭ କରିଦେଇଥିଲେ । ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ଏବଂ ଖାଇବା ପାଇଁ ପାଖରେ ଟଙ୍କାଟିଏ ନଥିବାରୁ ଭୋକ ଉପାସରେ ରାସ୍ତା କଡରେ ସୋଇ ରହୁଥିଲେ । ପରେ ଟଙ୍କା ପାଇଁ ସେ ରାସ୍ତା କଡରେ ଗୁପଚୁପ ମଧ୍ୟ ବିକ୍ରି କରିଥିଲେ । କିନ୍ତୁ ଏବେ ତାଙ୍କ ସ୍ୱପ୍ନ ପୁରା ହୋଇଛି । ଶ୍ରୀଲଙ୍କା ବିରୁଦ୍ଧରେ ହେବାକୁ ଥିବା ଭାରତୀୟ ଅଣ୍ଡର-୧୯ ଚାରି ଦିବସୀୟ ୱାଣ୍ଡେ ମ୍ୟାଚରେ ଗୋଟିଏ ମ୍ୟାଚ ଖେଳିବାକୁ ସୁଯୋଗ ପାଇଛନ୍ତି ୟଶସ୍ୱୀ ଯାୟସୱଲ । ଏହି ସ୍ଥାନରେ ପହଞ୍ଚିବା ପାଇଁ ୟଶସ୍ୱୀ ଯାୟସୱଲଙ୍କୁ ବହୁ ପରିଶ୍ରମ କରିବାକୁ ପଡିଛି ।

ୟଶସ୍ୱୀ ଯାୟସୱଲଙ୍କ ପିତା ଖୁବ ଗରିବ ଥିଲେ । ଯାହା ଟଙ୍କା କମାଉଥିଲେ ସେଥିରେ ପରିବାରର ଭରଣ ପୋଷଣ କରିବା ମୁସକିଲ ହୋଇପଡୁଥିଲା । ତେଣୁ ୟଶସ୍ୱୀ ଯାୟସୱଲ ନିଜର ଖର୍ଚ୍ଚ ଉଠାଇବା ପାଇଁ ଗୁପଚୁପ ବିକିବା ଆରମ୍ଭ କରିଥିଲେ ।

ମୁମ୍ବାଇ କ୍ରିକେଟ ଅଣ୍ଡର-୧୯ର କୋଚ ସତିଶ ସାମନ୍ତଙ୍କ କହିବା ଅନୁସାରେ, କ୍ରିକେଟକୁ ନେଇ ୟଶସ୍ୱୀ ଯାୟସୱଲର ଫୋକସ ବହୁତ ବଢିଆ ରହିଛି । କୋଚ ୟଶସ୍ୱୀଙ୍କ ଖେଳକୁ ନେଇ ବହୁତ ଖୁସି ଅନୁଭବ କରୁଛନ୍ତି । କେଚ ଏହା ମଧ୍ୟ କହିଛନ୍ତି ୟଶସ୍ୱୀ ଯାୟସୱଲ ଆଗକୁ ଯାଇ ଏକ ବଡ କ୍ରିକେଟର ହେବ ।