ଅତୀତର କାହାଣୀ ଉପରୁ ଉଠିଲା ପରଦା ! ୟଶ ଚୋପ୍ରାଙ୍କ ସହିତ ମୁମତାଜଙ୍କ ଥିଲା ପ୍ରେମ ସମ୍ପର୍କ

39

ଷାଠିଏ ଏବଂ ସତୁରୀ ଦଶକରେ ଗ୍ଲାମରସ୍ ଅଭିନେତ୍ରୀ ମୁମତାଜ୍ ସିନେମା ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର ଷ୍ଟାଇଲ, ଅଭିନୟ ଚାତୁରୀ, ହସିବାର ଶୈଳୀରେ ସେ ଦର୍ଶକଙ୍କ ହୃଦୟରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଥିଲେ । ସମସ୍ତଙ୍କ ହୃଦୟରେ ରାଜ କରୁଥିବା ଏହି ଅଭିନେତ୍ରୀ ଜଣକ କିନ୍ତୁ ନିର୍ଦ୍ଦେଶକ ୟଶ ଚୋପ୍ରାଙ୍କ ପାଇଁ ପାଗଳ ଥିଲେ । ୟଶ ଚୋପ୍ରା ମଧ୍ୟ ମୁମତାଜଙ୍କୁ ଖୁବ୍ ପସନ୍ଦ କରୁଥିଲେ । ଏମିତି ଏକ ରିପୋର୍ଟ “ଅମର-ଉଜାଲା’ରେ ପ୍ରକାଶିତ ହୋଇଛି ।

ୟଶ ଚୋପ୍ରା ଏବଂ ମୁମତାଜ ଦୁହେଁ ଦୁହିଁଙ୍କୁ ବିବାହ କରିବାର ନିଷ୍ପତି ମଧ୍ୟ ନେଇଥିଲେ, କାରଣ ଦୁଇଜଣ ସେ ସମୟରେ ସିଙ୍ଗଲ ଥିଲେ ଏବଂ ବହୁତ ସମୟ ଦୁଇଜଣ ସାଙ୍ଗ ହୋଇ ବିତାଉଥିଲେ । ୟଶ ଚୋପ୍ରା ମୁମତାଜଙ୍କ ପାଇଁ ଏତେ ପାଗଳ ଥିଲେ ଯେ ୟଶ ଚୋପ୍ରା ତାଙ୍କ ସିନେମା “ଆଦମୀ ୱର ଇନସାନ୍’ ରେ ସାଇରାବାନୁଙ୍କ ସହିତ ମୁମତାଜଙ୍କୁ ମଧ୍ୟ ନୋଇଥିଲେ ।

ସାଇରାବାନୁ ଏହି ସିନେମାରେ ମୁଖ୍ୟ ଭୂମିକାରେ ଥିଲେ ଏବଂ ମୁମତାଜ ସହ ଅଭିନେତ୍ରୀ ଥିଲେ କିନ୍ତୁ ୟଶ ଚୋପ୍ରା ତାଙ୍କର ଭୂମିକାକୁ ମଧ୍ୟ ବଢାଇଥିଲେ । ଏହି ସିନେମାରେ ମୁମତାଜଙ୍କ ପାଇଁ ଏକ ସ୍ୱତନ୍ତ୍ର ଗୀତ ମଧ୍ୟ କରାଯାଇଥିଲା । ଏହି ସିନେମା ଜରିଆରେ ମୁମତାଜଙ୍କୁ ୟଶ ଚୋପ୍ରା ସହ ଅଭିନେତ୍ରୀର ଧାରାରୁ ମୁଖ୍ୟ ଅଭିନେତ୍ରୀ ଧାରରେ ସାମିଲ କରିଥିଲେ ।

ଏମିତି କିଛି ଘଟଣା ଘଟିବା ସହିତ ମୁମତାଜ ଏବଂ ୟଶ ଚୋପ୍ରାଙ୍କର ପ୍ରେମ ଆହୁରି ମଧ୍ୟ ଗଭୀର ହୋଇଥିଲା । “ଦ ଟେଲିଗ୍ରାଫ ଇଣ୍ଡିଆ’ ଅନୁସାରେ ଏହି ଦୁଇଜଣଙ୍କର ପ୍ରେମ ଏବଂ ଭଲପାଇବାକୁ ଦେଖି ୟଶ ଚେପ୍ରାଙ୍କ ଭାଇ ବି.ଆର. ଚୋପ୍ରା ବିବାହର ପ୍ରସ୍ତାବ ମଧ୍ୟ ନେଇ ମୁମତାଜଙ୍କ ଘରକୁ ଯାଇଥିଲେ । ଏହି ସମୟରେ ମୁମତାଜଙ୍କ କ୍ୟାରିୟରର ଠିକ୍ ସମୟ ଚାଲିଥିବାରୁ ତାଙ୍କ ଘରଲୋକ ବିବାହ ପ୍ରସ୍ତାବରେ ରାଜି ହୋଇନଥିଲେ । ଏହିପରି ଭାବରେ ମୁମତାଜ ଏବଂ ୟଶ ଚେପ୍ରାଙ୍କ ସମ୍ପର୍କର ଭଟ୍ଟା ଏଇଠି ହିଁ ପଡିଯାଇଥିଲା ।

ଘଟଣାକ୍ରମରେ ୟଶ ଚୋପ୍ରା ପାମେଲା ସିଂହଙ୍କୁ ବିବାହ କରିଥିଲେ,ଏବଂ ମୁମତାଜ୍ ନିଜର କ୍ୟାରିୟର ପ୍ରତି ଧ୍ୟନଦେବା ଆରମ୍ଭ କରିଥିଲେ । ଆଗାମୀ ସିନେମା ଗୁଡିକରେ ମୁମତାଜଙ୍କ ଯୋଡି ସଦାବାହାର ରାଜେଶ ଖାନ୍ନାଙ୍କ ସହିତ ହିନ୍ଦୀ ସିନେମା ଦୁନିଆରେ ସମସ୍ତଙ୍କ ହୃଦୟରେ ରାଜ୍ କରିପାରିଥିଲା ।

ନିଜ ସିନେମା କ୍ୟାରିୟରରେ ବହୁତ ଆଗକୁ ଯାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲାପରେ ମୁମତାଜ ଜଣେ ବ୍ୟବସାୟୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।