ଆମାଜନ କୂଳର ୟାନୋମାମୀ ଆଦିବାସୀଙ୍କ ନିଆରା ପରମ୍ପରା ! ଆଗାମୀ ପୀଢିର ସୁଖଦ ଭବିଷ୍ୟତ ପାଇଁ ପିଅନ୍ତି ମଣିଷ ସୁପ୍

46

ଆଦିବାସୀଙ୍କ ରୀତିନୀତି, ପରମ୍ପରା,ଖାଇବା ପିଇବାକୁ ନେଇ ଅନେକ ଆଶ୍ଚର୍ଯ୍ୟକର କଥା ଶୁଣାଯାଏ । ସେମାନଙ୍କ ଜୀବନଶୈଳୀ ସାଧାରଣ ଲୋକଙ୍କ ଠାରୁ ଖୁବ ନିଆରା । ଏମିତି ଏକ ଆଦିବାସୀ ଶ୍ରେଣୀର ଲୋକ ବାସ କରନ୍ତି ଆମାଜନ ନଦୀ କୂଳରେ । ଆମାଜନର ବର୍ଷାବନୋଁ କୂଳରେ ବସତି ସ୍ଥାପନ କରିଛନ୍ତି ୟାନୋମାମୀ ଆଦିବାସୀ ସମାଜ ।

ଏହି ଆଦିବାସୀ ସମାଜ ନିଜର ଅବିଶ୍ୱସନୀୟ କାମ,ପ୍ରଥା ତଥା ରିତୀନୀତି ପାଇଁ ଜଣାଶୁଣା । ଏମାନଙ୍କ ଜୀବନଶୈଳୀ ବଷୟରେ ଆସନ୍ତୁ ଜାଣିବା କିଛି ରୋଚକ ତଥ୍ୟ । ଏହି ସମାଜର ଲୋକମାନେ ତାଙ୍କ ପ୍ରିୟଜନଙ୍କ ଆତ୍ମାକୁ ବଞ୍ଚାଇବା ପାଇଁ ମୃତ ଲୋକଙ୍କର ପାଉଁଶର ସୁପ ପିଅନ୍ତିି । ସେମାନେ ନଗ୍ନ ରହିବା ସହ ଖୋଲା ଆକାଶ ତଳେ ରହିବା ପାଇଁ ପସନ୍ଦ କରନ୍ତି ।

ପାଉଁଶ ସୁପ୍ ପିଇବା ପଛର ପ୍ରକୃତ କାରଣ ହେଲା ଏମାନେ ବିଶ୍ୱାସ କରନ୍ତି ଏପରି କରିବା ଦ୍ୱାରା ତାଙ୍କ ପ୍ରିୟଜନଙ୍କ ଆତ୍ମା ଜୀବିତ ରହିବା ସହ ଆଗାମୀ ପୀଢିର ଭବିଷ୍ୟତ ସୁଖମୟ ରହେ । ପାଉଁଶର ସୁପ ତିଆରି ପାଇଁ ଏହି ଜନଜାତିର ଲୋକେ ମୃତ ବ୍ୟକ୍ତିର ଶରୀରର ପାଉଁଶକୁ ପାଖ ଜଙ୍ଗଲରେ ପତ୍ର ତଳେ ଘୋଡାଇ ରଖନ୍ତି ।

୩୦ ରୁ ୪୫ ଦିନ ପରେ ପାଉଁଶରୁ ହାଡକୁ ଏକତ୍ରୀତ କରି ପୋଡିଦିଅନ୍ତି । ତା’ପରେ ହାଡର ପାଉଁଶରେ କଦଳୀ ମିଶାଇ ସ୍ୱତନ୍ତ୍ର ପ୍ରକାରର ଏକ ସୁପ ପ୍ରସ୍ତୁତ କରନ୍ତି । ପୁରା ଜନଜାତିର ଲୋକ ଏଇ ସୁପକୁ ପିଅନ୍ତି । ଆଉ ଏହି ସୁପକୁ ଏକାଥରରେ ହିଁ ପିଇବା ଜରୁରୀ ବୋଲି ଭାବନ୍ତି ଏଇ ଆଦିବାସୀ ସମାଜ ।