ଅଭିନେତାଙ୍କ ସୋସିଆଲ ମିଡ଼ିଆ ଲିଙ୍କ୍ ! ଶେଷରେ ଟ୍ୱିଟର ଆକାଉଂଟରେ ପ୍ରଥମ ପୋଷ୍ଟ କଲେ ଧର୍ମେନ୍ଦ୍ର

45

ନିଜର ପ୍ରଶଂସକ ଓ ପ୍ରିୟ ଷ୍ଟାରମାନଙ୍କ ସହ ସିଧା ସଳଖ ଯୋଡି ହେବା ଏବେ ଖୁବ୍ ସୁବିଧା ହୋଇଯାଇଛି । ଅମିତାଭ ବଚ୍ଚନ,ସଲମାନ ଖାନ୍ , ଶାହାରୁଖ ଖାନ୍ , ଅକ୍ଷୟ କୁମାରଙ୍କ ଭଳି ସମସ୍ତ ବଡ ବଡ ଷ୍ଟାରମାନେ ସୋସିଆଲ ସାଇଟରେ ଆକ୍ଟିଭ ରହୁଛନ୍ତି । ଆଉ ଏହି ତାଲିକାରେ ଯୋଡ଼ି ହୋଇଯାଇଛି ବଲିଉଡର ଆଉ ଜଣେ ବଡ ଷ୍ଟାର ଧର୍ମେନ୍ଦ୍ରଙ୍କ ନାମ ।

ଯଦିଓ ଧର୍ମେନ୍ଦ୍ର ଟ୍ୱିଟରରେ ଚଳିତ ବର୍ଷ ଫେବୃୟାରୀରେ ନିଜର ଆକାଉଂଟ ଖୋଲିଥିଲେ, କିନ୍ତୁ ଏଯାଏ କୈାଣସି ପୋଷ୍ଟ କରିନଥିଲେ । ଧର୍ମେନ୍ଦ୍ର ନିଜର ଏକ ଫଟୋ ଟ୍ୱିଟର ପେଜରେ ପୋଷ୍ଟ କରିଛନ୍ତି । ଏହି ଫଟୋ ଫିଲ୍ମ ‘ୟମଲା ପଗଲା ଦିୱାନା ୩’ର ସୁଟିଂ ସେଟର । ଧର୍ମେନ୍ଦ୍ର ଏହି ଫଟୋ ସହ ନିଜର ପ୍ରଶଂସକଙ୍କ ପାଇଁ ଏକ ବାର୍ତ୍ତା ବି ଦେଇଛନ୍ତି । ଏଥିରେ ଲେଖିଛନ୍ତି , ‘ଆପଣଙ୍କର ଭଲପାଇବା ମୋତେ ଆପଣଙ୍କର ନିକଟତର ହେବାକୁ ପ୍ରୋତ୍ସାହିତ କରୁଛି । ଏଥିପାଇଁ ମୁୁଁ ‘ୟମଲା ପଗଲା ଦିୱାନା ’ର ଫଟୋ ସହ ଏଠାରେ ଉପସ୍ଥିତ ।’

ଫଟୋରେ ଧର୍ମେନ୍ଦ୍ର ବାଇକ୍ ଚଳାଉଥିବାର ନଜର ଆସୁଛନ୍ତି । କଲରଫୁଲ୍ ଜ୍ୟାକେଟ । ମୁଣ୍ଡରେ ହେଲମେଟ୍ ଓ ତା ଏପରେ ଚଷମା ଲଗାଇଛନ୍ତି । ସୂଚନା ଏହି ଯେ, ଧର୍ମେନ୍ଦ୍ରଙ୍କ ଟ୍ୱିଟର ‘ଆଟ୍ ଦ ରେଟ୍ ଆପକାଧରମ୍’ନାମରେ ରହିଛି । ଧିରେ ଧିରେ ତାଙ୍କର ଫଲୋୟରର୍ସ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ପାଖପାଖି ୫୬୦୦ଫଲୋୟର୍ସ ଅଛନ୍ତି । ଧର୍ମେନ୍ଦ୍ରଙ୍କ ପୁଅ ସନ୍ନି ଦେଓଲ୍ ଟ୍ୱିଟରରେ ତାଙ୍କୁ ସ୍ୱାଗତ କରିଛନ୍ତି । ଶେଷରେ ଟ୍ୱିଟର ପେଜରେ ଆସିବାକୁ ନିଜ ବାପା ଧର୍ମେନ୍ଦ୍ରଙ୍କୁ ମନାଇପାରିଛନ୍ତି ।