ଆସୁଛି ସ୍ମାର୍ଟ ଫୋନ୍ ଭେଣ୍ଡିଙ୍ଗ ମେସିନ୍ ! ମୂଲଚାଲରୁ ମିଳିବ ମୁକ୍ତି, ସହଜରେ କିଣିପାରିବେ ନିଜ ପସନ୍ଦର ସ୍ମାର୍ଟଫୋନ୍

138

କିଓସ୍କ ମେସିନରେ ଆପଣ ଟଙ୍କା ଦେଇ ନିଜ ମନ ପସନ୍ଦର ଖାଦ୍ୟ-ପାନୀୟ ଜିନିଷ ବାହାର କରିଥାନ୍ତି । ନା କୌଣସି ମୂଳଚାଲ କରିବାକୁ ପଡିବ ନା ହିଁ ଦୋକାନରେ ଲାଇନ୍ ଲଗାଇବାକୁ ପଡିବ । କିଓସ୍କ ମେସିନରେ ଟିକେଟ୍, ଖାଦ୍ୟ-ପାନୀୟ ସାମଗ୍ରୀ ଆଦି ସହଜରେ ମିଳିଯାଏ । ଏବେ ଆପଣ କିଓସ୍କରୁ ନିଜ ମନ ପସନ୍ଦର ସ୍ମାର୍ଟ ଫୋନ୍ କିମ୍ବା ଫୋନର ଆବଶ୍ୟକ ସାମଗ୍ରୀ ବି କିଣିପାରିବେ । ସାଓମି ନିଜ ଗ୍ରାହକଙ୍କ ପାଇଁ ସ୍ମାର୍ଟ ଫୋନ୍ ଭେଣ୍ଡିଙ୍ଗ ମେସିନ୍ ଲଗାଇବାକୁ ଯାଉଛି । କମ୍ପାନୀ ଏହାକୁ ସାଓମି ଏମଆଇ ଏକ୍ସପ୍ରେସ କିଓସ୍କର ନାଁ ଦେଇଛି । ଏହି କିଓସ୍କରେ ଟଙ୍କା ବ୍ୟତୀତ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ବା ୟୁପିଆଇରୁ ପେମେଣ୍ଟ କରି ପସନ୍ଦ ମୁତାବକ ସ୍ମାର୍ଟ ଫୋନ କିଣିପାରିବେ ।

ଚୀନ ଫୋନ ନିର୍ମାତା କମ୍ପାନୀ ସାଓମି ନିଜ ଗ୍ରାହକଙ୍କୁ ସିଧାସଳଖ ସ୍ମାର୍ଟଫୋନ୍ ବ୍ରିକି କରିବା ଉଦ୍ଦେଶ୍ୟରେ ଏହି ସେବା ଆରମ୍ଭ କରିଛି । ବେଙ୍ଗାଲୁରୁର ମାନ୍ୟତା ଟେକ୍ ପାର୍କରେ ସ୍ମାର୍ଟଫୋନର ଭେଣ୍ଡିଙ୍ଗ ମେସିନ୍ ଲଗାଯାଇଛି । ଅତି ଶୀଘ୍ର ମେଟ୍ରୋ ସହରରେ ମଧ୍ୟ ଏହି କିଓସ୍କ ଲଗାଯିବ ଓ କିଓସ୍କରେ ମିଳୁଥିବା ଉତ୍ପାଦର ସଂଖ୍ୟା ବୃଦ୍ଧି କରାଯିବ । କିଓସ୍କ ମେସିନରେ ମିଳୁଥିବା ସ୍ମାର୍ଟଫୋନ ଓ ଫୋନର ସମାଗ୍ରୀକୁ ଏମଆଇ ଡଟ୍ କମରେ ମିଳୁଥିବା ସମାଗ୍ରୀର ମୂଲ୍ୟରେ ହିଁ କିଣାଯାଇପାରିବ ।