ଭୁବନେଶ୍ୱର ଜାଭିୟର ଛକ ନିକଟରେ ଦୁର୍ଘଟଣା

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀରେ ଦୁର୍ଘଟଣା । ଟ୍ରାଫିକ ନିକଟରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ଧକ୍କା ଦେଲା ଜାଭିୟର ୟୁନିଭରସିଟିର ବସ । ଜାଭିୟର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ତେବେ ବସର ଡ୍ରାଇଭର ସମେତ ସମସ୍ତ ଷ୍ଟାଫ ଫେରାର ହୋଇଯାଇଛନ୍ତି ।

ବସଟି ଜାଭିୟରର ଷ୍ଟାଫଙ୍କୁ ନେଇକି ଯାଉଥିବା ବେଳେ ଏ ଦୁର୍ଘଟଣା ଘଟିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ୟକ୍ତି ଜଣଙ୍କ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ବସରେ ଥିବା ସମସ୍ତ ଜାଭିୟରର ଷ୍ଟାଫ ଓ ବସ ଷ୍ଟାଫ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।