ରାତି ଅନିଦ୍ରା ଶରୀର ପାଇଁ କେତେ କ୍ଷତିକାରକ,ଜାଣନ୍ତୁ ?

89

କାମର ଚାପ, ପରିବର୍ତ୍ତିତ ଜୀବନଶୈଳୀ, ପାଣିପାଗରେ ଅସନ୍ତୁଳନ ଆଦି କାରଣରୁ ଏବେ ଲୋକମାନେ ଅନିଦ୍ରାର ଶିକାର ହେଉଛନ୍ତି । କେବଳ ଏତିକି ନୁହଁ ସୋସିଆଲ୍‌ ମିଡିଆ ଓ ମୋବାଇଲ୍‌ ଫୋନର ବହୁଳ ବ୍ୟବହାର ଯୋଗୁ ବିଳମ୍ବିତ ରାତି ଯାଏ ଲୋକମାନେ ଶୋଇ ପାରୁ ନାହାନ୍ତି । ଏହାର ପ୍ରତିକୂଳ ପ୍ରଭାବ ରହିଥିବା ସତ୍ତ୍ୱେ ମୁଖ୍ୟତଃ ଯୁବବର୍ଗ ରାତିସାରା ଏସବୁରେ ବ୍ୟସ୍ତ ରହିବାକୁ ପସନ୍ଦ କରୁଛନ୍ତି ।

ଦୀର୍ଘଦିନ ଧରି ରାତି ଅନିଦ୍ରା ରହିଲେ ଦୃଷ୍ଟି ଶକ୍ତି ପ୍ରଭାବିତ ହୋଇଥାଏ ଓ ହର୍‌ମୋନ୍‌ ସନ୍ତୁଳନ ବାଧାପ୍ରାପ୍ତ ହୋଇଥାଏ । ଏଥିରୁ ଅନ୍ୟାନ୍ୟ ରୋଗ ସବୁ ଜନ୍ମ ନେଇଥାଏ । ବୟସ୍କ ଲୋକ, ମାନସିକ ରୋଗୀ, ଅତ୍ୟଧିକ ଆବେଗପ୍ରବଣ ବ୍ୟକ୍ତି, ବିଳମ୍ବିତ ରାତି ଯାଏ କାମ କରୁଥିବା ଲୋକ ଏବଂ ଦିନର ବିଭିନ୍ନ ସମୟରେ ବିକ୍ଷିପ୍ତ ଭାବେ ଯାତ୍ରା କରୁଥିବା ଲୋକ ଏଥିପ୍ରତି ଧ୍ୟାନ ଦେବା ଉଚିତତ । ଏହାସହ ମହିଳାମାନଙ୍କ ମେନୋପଜ୍‌ (ଋତୁସ୍ରାବ ବନ୍ଦ) ପରବର୍ତ୍ତୀ ସମୟରେ ହର୍‌ମୋନ୍‌ ପରିବର୍ତ୍ତନ ଯୋଗୁ ନିଦ୍ରାହୀନତା ଦୁଇଗୁଣ ବଢ଼ିଯିବାର ଆଶଙ୍କା ଥାଏ।

ଏହି ରୋଗରୁ ମୁକ୍ତି ପାଇବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ଏଥି ସହିତ ନିଶାଦ୍ରବ୍ୟ ସେବନ ପରିହାର ସହିତ ଶୋଇବା ସମୟ ଓ ଶୈଳୀ ପରିବର୍ତ୍ତନ କରିବା ଆବଶ୍ୟକ । ରାତିରେ ଅଧିକ ସମୟ ଚେଇଁ ରହୁଥିବା ଯୁବକ ତଥା କର୍ମଚାରୀମାନେ ସିଫ୍ଟ ପରିବର୍ତ୍ତନ କରିପାରିଲେ ଭଲ । ଏହି ରୋଗ ନିରାକରଣର ମୂଳ ମନ୍ତ୍ର ହେଉଛି ରାତିରେ ଶୀଘ୍ର ଶୋଇ ସକାଳେ ଶୀଘ୍ର ଉଠିପଡ଼ିବା ।