ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ! କହିଲେ ମୁଖ୍ୟମନ୍ତ୍ରୀ ପଦ ପଦ ପାଇଁ ନାହିଁ ଆଗ୍ରହ

47

କନକ ବ୍ୟୁରୋ : ବିଜେପିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ସେ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଇଛୁକ ନୁହେଁ । ଦଳର କର୍ମକର୍ତା ହିସାବରେ କାମ କରିବି ଓ ଦଳ ଯାହା ନିଷ୍ପତି ନେବ ମାନିବି । ରାଉରକେଲାରେ ବିଜେପି ପାନପୋଷ ସଙ୍ଗଠନ ଜିଲ୍ଲାର ପରିବର୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ବୈଠକରେ ଦିଲ୍ଲୀପ ରାୟ ଅନୁପସ୍ଥିତ ଥିଲେ । ଏହାକୁ ନେଇ ଜୁଏଲ କହିଛନ୍ତି, ଦିଲ୍ଲୀପ ସାଙ୍ଗରେ ଅଛନ୍ତି ଓ ବ୍ୟବସାୟ ପାଇଁ ବ୍ୟସ୍ତ ରହୁଛନ୍ତି ।