ବୈଜୟନ୍ତଙ୍କ ସପକ୍ଷରେ ବାହାରିଲେ ହୁସେନ ରବି ଗାନ୍ଧି ! କହିଲେ, ମୁଖ୍ୟମନ୍ତ୍ରୀ ନେଇଛନ୍ତି ତରବରିଆ ନିଷ୍ପତି

31

କନକ ବ୍ୟୁରୋ: ସାଂସଦ ବୈଜୟନ୍ତଙ୍କ ସପକ୍ଷରେ ମତ ରଖିଲେ ବିଜେଡି ନେତା ହୁସେନ ରବି ଗାନ୍ଧି । ବୈଜୟନ୍ତଙ୍କୁ ସଂସଦୀୟ ଦଳ ମୁଖପାତ୍ର ପଦରୁ ହଟାଇବା ନିଷ୍ପତି ମୁଖ୍ୟମନ୍ତ୍ରୀଙ୍କ ତରବରିଆ ବୋଲି ସେ କହିଛନ୍ତି । ଏଭଳି ନିଷ୍ପତି ନେବା ଆଗରୁ ବୈଜୟନ୍ତଙ୍କ ସହ ଆଲୋଚନା କରିବା ଆବଶ୍ୟକତା ଥିଲା ବୋଲି କହିଛନ୍ତି ହୁସେନ ରବି ଗାନ୍ଧି ।

ଟ୍ୱିଟ୍ ଓ ଲେଖାକୁ ନେଇ ଯଦି ବୈଜୟନ୍ତ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା ତେବେ ଭର୍ତୃହରିଙ୍କ କ୍ଷେତ୍ରରେ କାହିଁକି ନୁହେଁ ପ୍ରଶ୍ନର ଉତରରେ ସେ କହିଛନ୍ତି, ଭିତିରି ସମର୍ଥନ ଯୋଗୁଁ ଭର୍ତୃହରିଙ୍କ ଉପରେ ପଦକ୍ଷେପ ନିଆଯାଇନାହିଁ । ଦଳରେ ଅସନ୍ତୋଷ ଥିବା କଥା ସତ, ମୁଖ୍ୟମନ୍ତ୍ରୀ ଶୁଣନ୍ତି ନାହିଁ ବୋଲି ନେତାମାନେ ବାଧ୍ୟ ହୋଇ ଗଣମାଧ୍ୟମରେ କୁହନ୍ତି ବୋଲି କହିଛନ୍ତି ହୁସେନ ରବି ଗାନ୍ଧି ।