ଓଡିଶାରେ WWE ସୁପରଷ୍ଟାର ଦି ଗ୍ରେଟ ଖଲି ! କନକ ନ୍ୟୁଜ ସାମ୍ନାରେ କହିଲେ, ନିଜ ଫିଟନେସର ରାଜ୍। ଦେଖନ୍ତୁ ଭିଡିଓ

485

କନକ ବ୍ୟୁରୋ : ଭୁବନେଶ୍ୱରରେ WWE ସୁପରଷ୍ଟାର ତଥା ଭାରତର ଜଣାଶୁଣା ରେସଲର ଦି ଗ୍ରେଟ ଖାଲି । ସଲିଡ ପ୍ଲାଇ କମ୍ପାନିର ବିଜ୍ଞାପନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିଥିବା ଦି ଗ୍ରେଟ ଖାଲିଙ୍କୁ ଅତି ନିକଟରୁ ଦେଖିଛନ୍ତି ତାଙ୍କର ଫ୍ୟାନ୍ । ଆଉ ନିଜର ପ୍ରିୟ ସୁପରଷ୍ଟାରଙ୍କ ସହ ଫ୍ୟାନ୍ ମାନେ ସେଲଫି ନେବା ସହ ମଜାଦାର ବାର୍ତ୍ତାଳାପ ମଧ୍ୟ କରିଛନ୍ତି ।

ଓଡିଶା ଗସ୍ତ ସମୟରେ କନକ ନ୍ୟୁଜକୁ ସାକ୍ଷାତକାର ଦେଇ ଖଲି ନିଜର ଫିଟନେସ ଫଣ୍ଡା ସେୟାର କରିଛନ୍ତି । ଭାରତର ଏହି ରେସଲରଙ୍କ ଫିଟନେସ ବାବଦରେ ସମସ୍ତେ ଜାଣିବାକୁ ଚାହୁଁଥିବା ବେଳେ ସେ ନିଜେ ଏହା ଉପରୁ ପରଦା ଉଠାଇଛନ୍ତି । ଖଲି ନିଜ ଡାଏଟରେ ପୁଷ୍ଟିକର ଆହାର ଖାଉଥିବା ବେଳେ ଜଙ୍କ୍ ଫୁଡ ଠାରୁ ଦୂରେଇ ରହୁଥିବା କଥା କହିଛନ୍ତି । ଏହାଛଡା ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ସେ ଫିଟ୍ ଅଛନ୍ତି ବୋଲି କହିଛନ୍ତି ଖଲି ।

ଶରୀରର ଓଜନ ୧୫୦ କିଲୋରୁ ଅଧିକ ଥିଲେ ମଧ୍ୟ ପ୍ରତିଦିନ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ସେ ଫିଟ୍ ଥିବା କହିଛନ୍ତି ଖଲି । ଏହାଛଡା ପ୍ରତିଦିନ ୫ ଲିଟର କ୍ଷୀର, ୩ କିଲୋ ଚିକେନ ଖାଉଥିବା କହିଛନ୍ତି ଭାରତର ଏହି ରେସଲର । ତେବେ ଅନ୍ୟମାନଙ୍କୁ ତାଙ୍କ ଭଳି ଖାଇ ରେସଲିଂ କରିବାକୁ ମନା କରିଛନ୍ତି ଖଲି । କାରଣ ଏହାଦ୍ୱାରା ପେଟ ଖରାପ ହେବ ବୋଲି ସେ କହିଛନ୍ତି । ଏହାବାଦ୍ ନିଜକୁ ଫିଟ୍ ରଖିବା ପାଇଁ ଉଭୟ ସକାଳ ଓ ସନ୍ଧ୍ୟାରେ ୨ ଘଣ୍ଟା ଲେଖାଏଁ ୱାର୍କ ଆଉଟ କରୁଥିବା କହିଛନ୍ତି ଖଲି ।

ଖଲି ଏବେ ରେସଲର ମାନଙ୍କୁ ତାଲିମ ଦେବା ପାଇଁ ନିଜର ଏକ ରେସଲିଂ ଆକାଡେମୀ ପଞ୍ଜାବର ଜଳନ୍ଧର ଠାରେ ଖୋଲିଛନ୍ତି । ଏପରିକି ଭୁବନେଶ୍ୱରର କୌଣସି ଯୁବକ ରେସଲିଂରେ କ୍ୟାରିୟର କରିବାକୁ ଚାହୁଁଥିଲେ ତାଙ୍କ ଏକାଡେମୀକୁ ଆସିବାକୁ କହିଛନ୍ତି ଖଲି । କ୍ୟାରିୟରରେ ଅନେକ ରେସଲରଙ୍କୁ ମାତ୍ ଦେଇଛନ୍ତି ଖଲି । ତେବେ WWEରେ ଅପରାଜେୟ ବୋଲାଉଥିବା ଅଣ୍ଡରଟେକରଙ୍କୁ ହରାଇ ୱାର୍ଲ୍ଡ ଚାମ୍ପିୟନ ହେବା ତାଙ୍କୁ ସବୁଠୁ ବେଶି ଖୁସି ଆଣି ଦେଇଥିଲା ବୋଲି କହିଛନ୍ତି ଭାରତର ଏହି ଲୋକପ୍ରିୟ ରେସଲର ।