କ୍ୟାପିଟାଲ ହସ୍ପିଟାଲର ଖାମଖିଆଲ୍ ମନୋଭାବ : ଜଣ୍ଡିସ୍ ଆକ୍ରାନ୍ତ କହି ସୁସ୍ଥ ପିଲାକୁ କରିଦେଲେ ଅସୁସ୍ଥ

26

vlcsnap-2016-08-31-19h08m30s966ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦାନମାଝୀଙ୍କୁ ଆମ୍ବୁଲାନ୍ସ ମିଳିଲାନି ବୋଲି ସାରା ଦେଶରେ ଚର୍ଚ୍ଚା ଚାଲିଛି। କଳାହାଣ୍ଡିର ସ୍ୱାସ୍ଥ୍ୟସେବା ଓ ଜରୁରିକାଳିନ ସେବାକୁ ନେଇ ବିତର୍କ ଆରମ୍ଭ ହୋଇଛି । ହେଲେ କେବେ ଭାବିଛନ୍ତି ରାଜଧାନୀର ସରକାରୀ ହସ୍ପିଟାଲ କଥା । କେତେ ଖାମଖିଆଲ ଭାବେ ଚାଲିଛି ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା । ଏ ଏମିତି ଏକ ସତ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁଠି ଡାକ୍ତରଖାନା କର୍ତୃପକ୍ଷ ଏକ ନବଜାତକୁ ବାଧ୍ୟ କରିଛନ୍ତି ମୃତ୍ୟୁ ସହ ସଂଗ୍ରାମ କରିବାକୁ । ଭୁଲ୍ ପାଥୋଲୋଜି ରିପୋର୍ଟ ଯୋଗୁଁ ଗୋଟିଏ ପରିବାର ହିନସ୍ତା ହୋଇଛନ୍ତି ।

vlcsnap-2016-08-31-19h08m47s568୨୭ ତାରିଖରେ ସ୍ନେହଲତା ଜନ୍ମ ଦେଇଥିଲେ ଝିଅକୁ । ଜନ୍ମ ପରଦିନ ରିପୋର୍ଟ ଆସିଲା ଝିଅ ଜଣ୍ଡିସରେ ଆକ୍ରାନ୍ତ । ରିପୋର୍ଟରେ ଲେଖାଯାଇଥିଲା ୨୦% ଜଣ୍ଡିସ୍ । ଯାହାକୁ ଦେଖି ମା’ ଆଖିରୁ ନିଦ ହଜିଯାଇଥିଲା । ଡାକ୍ତରଙ୍କ ପରାମର୍ଶକ୍ରମେ ଦିନ ଟିଏ ଅଲଟ୍ରା ଭାଓଲେଟ୍ ରେ ଦିଆଗଲା । ହେଲେ ସୁସ୍ଥ ହେବା ପରିବର୍ତ୍ତେ ନବଜାତକ ଆହୁରି ଅସୁସ୍ଥ ହୋଇପଡିଲା । ତେବେ ଝିଅର ଅବସ୍ଥା ଦେଖି ଅଭାବୀ ମା’ ଝିଅକୁ ନେଇ ଏକ ଘରୋଇ ହସ୍ପିଟାଲରେ ଭତ୍ତି କଲେ ।

କ୍ୟାପିଟାଲ ହସ୍ପିଟାଲର ରିପୋର୍ଟକୁ ନେଇ ଘରୋଇ ହସ୍ପିଟାଲରେ ଚିକିତ୍ସା ଆରମ୍ଭ ହୋଇଥିଲା । ହେଲେ ଦିନକ ପରେ ଡାକ୍ତରଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ଆଉ ଥରେ ପରୀକ୍ଷା ହୋଇଥିଲା । ଏବଂ ନବଜାତକ ଜଣ୍ଡିସରେ ଆକ୍ରାନ୍ତ ନୁହେଁ ବୋଲି ଜଣାପଡିଥିଲା । ଏହା ପରେ ସତ ସାମ୍ନାକୁ ଆସିଥିଲା । ସତ୍ୟଭାମା ସାହୁଙ୍କ ପିଲାର ରିପୋର୍ଟକୁ ସ୍ନେହଲତାକୁ ଦିଆଯାଇଛି । ଆଉ ଏ କଥାକୁ ନିଜେ କ୍ୟାପିଟାଲ୍ ହସ୍ପିଟାଲର ନିର୍ଦେଶକ ମଧ୍ୟ ସ୍ୱୀକାର କରିଛନ୍ତି ।

ଅନ୍ୟପଟେ ପ୍ରଶ୍ନ ଉଠୁଛି, କୁଆଡେ ଗଲେ ସତ୍ୟଭାମାଙ୍କ ଜଣ୍ଡିସ ଅକ୍ରାନ୍ତ ଶିଶୁ । ଯଦି ଏହି ରିପୋର୍ଟକୁ ବିଶ୍ୱାସ କରି ତାଙ୍କ ପରିବାର ଲୋକେ କରାଇନଥିବେ , ତେବେ କଣ ହୋଇଥିବ ସେହି ଶିଶୁଟିର ଅବସ୍ଥା । ତେବେ ଏତେବଡ ଭୁଲ୍ ପାଇଁ ଜମା ଚିନ୍ତିତ ନୁହନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଓଲଟା ଏହି ଭୁଲ୍ ପାଇଁ ଅଭିଭାବକଙ୍କୁ ଦାୟୀ କରିଛନ୍ତି ।