ଜଗନ୍ନାଥ ମନ୍ଦିରରେ ଧର୍ଷଣ ! ଭୁଲ ରିପୋର୍ଟିଂ ପରେ ବିଶ୍ୱ ଦରବାରରେ ଶ୍ରୀକ୍ଷେତ୍ର ବଦନାମ

54

କନକ ବ୍ୟୁରୋ : ଜଗନ୍ନାଥ ମନ୍ଦିରରେ ଜଣେ ନାବାଳିକାଙ୍କୁ ଧର୍ଷଣ ଭଳି ସଂଗୀନ ଘଟଣା । ବିିଭିନ୍ନ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଗଲା ଏଭଳି ସମ୍ବେଦନଶୀଳ ଖବର । ହେଲେ ଘଟଣାର ସତ୍ୟାସତତ୍ୟ ଅନୁଧ୍ୟାନ ନକରି ଜାତୀୟ ଗଣମାଧ୍ୟମଗୁଡିକ ଲେଖିଲେ ପୁରୀ ଶ୍ରୀମନ୍ଦିରରେ ହୋଇଛି ବଳାତ୍କାର । ୧୧ ବର୍ଷର ନାବାଳିକାକୁ ସ୍ନାନ ମଣ୍ଡପରେ ଧର୍ଷଣ କରିଛି ଦୁର୍ବୃତ ।

ଜାତୀୟ ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ପରେ ଅନୁସନ୍ଧାନ କରିଥିଲା କନକ ନ୍ୟୁଜ । ଆଉ ଯେଉଁ ତଥ୍ୟ ସାମ୍ନାକୁ ଆସିଥିଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ବାରିପଦାସ୍ଥିତ ଜଗନ୍ନାଥ ମନ୍ଦିରରେ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ଧର୍ଷଣ କରିଛି ଦୁର୍ବୃତ । ଶ୍ରୀ ହରିବଳଦେବଜୀଉ ମନ୍ଦିରରେ ଗତ ୧ ତାରିଖ ରାତିରେ ସ୍ନାନ ମଣ୍ଡପକୁ ଟେକି ନେଇ ଜୋରଜବରଦସ୍ତ ଧର୍ଷଣ କରିଛି ଏହି ଯୁବକ । ଆଉ ଘଟଣା ପ୍ରଘଟ ହେବା ପରେ ଲୋକଙ୍କ ଆକ୍ରୋଶରୁ ବର୍ତି ପାରିନଥିଲା । ଅଭିଯୁକ୍ତକୁ ଧରିବା ସହ ନିସ୍ତୁକ ମାଡ ମାରିଥିଲେ ଉତ୍ୟକ୍ତ ଲୋକ । ଏବେ ପୋଲିସ ହେପାଜତରେ ଏହି ଲମ୍ପଟ ଯୁବକ ।

କୋଟିକୋଟି ଓଡିଆଙ୍କ ଧର୍ମୀୟ ଭାବନା ସହ ଖେଳ । ଦେବାଳୟରେ ଭୁଲୁଣ୍ଠିତ ହେଉଥିଲା ଜଣେ ନାବାଳିକାଙ୍କ ଇଜ୍ଜତ । ଆଉ ଜାତୀୟ ଗଣମାଧ୍ୟମରେ ଏହାକୁ ଯେଭଳି ଭିଭ୍ରାନ୍ତ କରି ଚିତ୍ରଣ କରାଗଲା ତାକୁ ନେଇ ପୁରୀରେ ହୋଇଛି ପ୍ରତିବାଦ । ତଥ୍ୟ ଓ ସତ୍ୟ ଅନୁଧ୍ୟାନ ନକରି ପୁରୀ ଶ୍ରମନ୍ଦିରକୁ ବଦନାମ କରାଯାଇଥିବାରୁ ଜାତୀୟ ଖବରକାଗଜ ପୋଡିଛନ୍ତି ଶ୍ରୀଜଗନ୍ନାଥ ପ୍ରେମୀ ।