ରେଖାଙ୍କ ମଥାର ସିନ୍ଦୁର ସଂଜୟଙ୍କ ନାଁର ନୁହେଁ ! ରହସ୍ୟରେ ଆସିଲା ନୂଆ ମୋଡ

35

ଅନେକ ରହସ୍ୟର ଚାବି ହେଉଛି ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କ ମଥାର ସିନ୍ଦୁର । ସ୍ୱାମୀ ମୁକେଶ ଅଗ୍ରୱାଲଙ୍କ ମୃତ୍ୟୁ ପରେ ବଲିଉଡର ଏହି ବର୍ଷୀୟାନ୍ ଅଭିନେତ୍ରୀ କାହା ପାଇଁ ମଥାରେ ସିନ୍ଦୁର ଲଗାଉଛନ୍ତି । ଏହି ରହସ୍ୟକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳୁଥିଲା । କେହି କହୁଥିଲେ ସେ ବିଗ୍ ବିଙ୍କ ପାଇଁ ସିନ୍ଦୁର ଲଗାନ୍ତି  ।ତେବେ ନିକଟରେ ଏନେଇ ଏକ ଖବର ପ୍ରକାଶ ପାଇବା ପରେ ପୁରା ସିନେ ଜଗତରେ ହଙ୍ଗାମା ସୃଷ୍ଟି ହୋଇଥିଲା । ଶୁଣିବାକୁ ମିଳିଥିଲା ‘ରେଖା – ଦ ଅନଟୋଲ୍ଡ ଷ୍ଟୋରୀ’ର ଲେଖକ ୟାସିର୍ ଉସମାନ୍ ତାଙ୍କ ବହିରେ ଲେଖିଥିଲେ ଯେ ରେଖା ସଂଜୟ ଦତ୍ତଙ୍କ ନାଁର ସିନ୍ଦୁର ନିଜ ମଥାରେ ଲଗାଉଛନ୍ତି । କାରଣ ଉଭୟ ଗୁପ୍ତ ବିବାହ କରିଥିଲେ ।

ତେବେ ୟାସିର ଏନେଇ ମୁହଁ ଖୋଲିବା ପରେ ମାମଲାରେ ନୂଆ ମୋଡ ଆସିଛି । ୟାସିର୍ କହିଛନ୍ତି, ଏହା ସଂପୂର୍ଣ୍ଣ ଭୁଲ୍ , ପାଠକ ବୋଧେ ମୋ ବହି ଭଲ ଭାବରେ ବହି ପଢି ନାହାଁନ୍ତି । ତାଙ୍କ କହିବା ଅନୁଯାୟୀ , ୧୯୪୮ରେ ରେଖା ଓ ସଂଜୟ ‘ଜମିନ୍ ଆସମାନ୍’ ନାମକ ଏକ ମାତ୍ର ସିନେମାରେ ଏକାଠି କାମ କରିଛନ୍ତି । ତେବେ ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି ଏହି ଚର୍ଚ୍ଚା ଏତେ ଜୋରରେ ହୋଇଥିଲା ଯେ ସଂଜୟ ଦତ୍ତ ଏକ ମ୍ୟାଗଜିନରେ ନିଜର ପ୍ରତିକ୍ରିୟା ଦେଇ ଏହାକୁ ଖଣ୍ଡନ କରିଥିଲେ ।

ଏହା ସହ ଦେଖନ୍ତୁ ରେଖାଙ୍କ ମଥାରେ ସଂଜୟଙ୍କ ନାଁର ସିନ୍ଦୁର ! ଗୁପ୍ତ ବିବାହକୁ ନେଇ ବଲିଉଡ ହଲଚଲ୍