ପ୍ରଖ୍ୟାତ କଥାଶିଳ୍ପୀ ବିଭୂତି ଭୂଷଣ ପ୍ରଧାନଙ୍କ ପରଲୋକ

30

କନକ ବ୍ୟୁରୋ : ଓଡିଆ ସାହିତ୍ୟର ଅନ୍ୟତମ ଶକ୍ତିଶାଳୀ ଗାଳ୍ପିକ, ତଥା ସ୍ତମ୍ଭକାର ବିଭୂତି ଭୂଷଣ ପ୍ରଧାନ ଆଉ ନାହାଁନ୍ତି । ମାତ୍ର ୫୯ ବର୍ଷ ବୟସରେ ଛତିଶଗଡରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ୩ ଏପ୍ରିଲ ୧୯୫୭ରେ କେନ୍ଦ୍ରାପଡା ଜିଲ୍ଲାର ବଳରାମପୁରରେ ସେ ଜନ୍ମ ଗ୍ରହଣ କରିଥିଲେ । ମହାବାତ୍ୟା ପରେପରେ “କଥା” ରେ ପ୍ରକାଶିତ ତାଙ୍କର “ଯାତ୍ରା’’ ଉପନ୍ୟାସ ସେତେବେଳେ ବେଶ୍ ଚର୍ଚ୍ଚିତ ହୋଇଥିଲା । ତାଙ୍କର ଉପନ୍ୟାସ ଗୁଡିକ ମଧ୍ୟରେ ରହିଛି “ଯାତ୍ରା”, “ଘଟ”, “ଦାହ”, ଓ “ନଟ”, । “ସମ୍ବାଦ”ରେ ପ୍ରକାଶିତ ତାଙ୍କର ସ୍ତମ୍ଭ ଗୁଡିକ “ଅର୍ଧସତ୍ୟ” ପୁସ୍ତକରେ ସଂକଳିତ ହୋଇଥିଲା । ଏହି ପ୍ରତିଭା ସଂପନ୍ନ କଥାକାରଙ୍କ ଅକାଳ ବିୟୋଗ ଓଡିଆ ସାହିତ୍ୟରେ ଶୋକର ଛାୟା ଖେଳାଇ ଦେଇଛି ।