ଟି-ଟ୍ୱେଣ୍ଟିରେ ଋିଦ୍ଧିମାନ ସାହାଙ୍କ କମାଲ । ୨୦ଟି ବଲରୁ ଅର୍ଜନ କଲେ ଶତକ ।

74

ଆଇପିଏଲ ୨୦୧୮ର କିଛି ଦିନ ପୂର୍ବରୁ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋିଦ୍ଧିମାନ ସାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି । ମାତ୍ର ୨୦ଟି ବଲ ଖେଳି ସେ ଶତକ ହାସଲ କରିଛନ୍ତି । ଜେସି ମୁଖାର୍ଜୀ ଟ୍ରଫି ଟି-ଟ୍ୱେଣ୍ଟି ମ୍ୟାଚରେ ସେ ମୋହନ ୱାଗନ କ୍ଲବ ପକ୍ଷରୁ ଖେଳିଥିଲେ । ଆଉ ଏହି ମ୍ୟାଚରେ ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ମାତ୍ର ୨୦ଟି ବଲ ଖେଳି ସେ ଶତକ ଅର୍ଜନ କରିଥିଲେ । ଯେଉଁ ବିଷୟରେ କେବେହେଲେ କେହି ଭାବିନଥିଲେ । ସାହା କ୍ରିସ୍ ଗେଲଙ୍କ ଠାରୁ ମଧ୍ୟ ଆଗକୁ ଅତିକ୍ରମ କରିଯାଇଛନ୍ତି । କ୍ରିସ୍ ଗେଲ୍ ଆଇପିଏଲ ୨୦୧୩ରେ ୩୦ଟି ବଲ ଖେଳି ଶତକ କରିଥିଲେ ।

୩୩ ବର୍ଷୀୟ ସାହା ଶନିବାର କାଲୀଘାଟ ଗ୍ରାଉଣ୍ଡରେ ବିଏନଆର ରିକ୍ରିଏସନ୍ କ୍ଲବ ବିପକ୍ଷରେ ଏହି ରେକର୍ଡ ଅର୍ଜନ କରିଛନ୍ତି । ବିରୋଧୀ ଟିମକୁ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ ବିନିମୟରେ ୧୫୧ ରନରେ ସୀମିତ ରଖିବା ପରେ ମୋହନ ୱାଗନ କ୍ଲବ ପକ୍ଷରୁ ଓପନର ସାହା ଏବଂ ଅଧିନାୟକ ଶୁଭମୟ ଦାସ ବ୍ୟାଟିଂ ଆରମ୍ଭ କରିଥିଲେ । ତେବେ ଦଳ ମାତ୍ର ୭ ଓଭରରେ ୧୫୪ ରନ କରି ବିଜୟ ହାସଲ କରିନେଇଥିଲା । ଶୁଭମୟ ୨୨ଟି ବଲରୁ ୪୩ ରନ କରି ଅପରାଜିତ ରହିଥିଲେ । ଅପରପଟେ ଋିଦ୍ଧିମାନ ସାହା ରନ ର ବର୍ଷା କରିଥିଲେ । ସପ୍ତମ ଓଭରରେ ସାହା, ମିଡିୟମ୍ ପେସର୍ ଅମନ ପ୍ରସାଦଙ୍କର ୬ଟି ବଲ ରୁ ୬ଟି ଛକ୍କା ମାରିଥିଲେ । ଗୋଟିଏ ବଲ ୱାଇଡ୍ ରହିଥିବା ହେତୁ ସେହି ଓଭରରେ ମୋଟ ୩୭ ରନ ହୋଇଥିଲା ।

wriddhiman saha

ସାହା ୧୪ଟି ଛକ୍କା ଏବଂ ୪ଟି ଚୌକା ସହ ୨୦ଟି ବଲ୍ ରୁ ୧୦୨ ରନ୍ କରି ଅପରାଜିତ ରହିଥିଲେ । ତେବେ ସେହି ସମୟରେ ତାଙ୍କର ଷ୍ଟ୍ରାଇକ ରେଟ୍ ୫୧୦.୦୦ ରହିଥିଲା । ଅଫିସିୟାଲ ମ୍ୟାଚରେ ସବୁଠାରୁ କମ ବଲରେ ଶତକ ହୋଇଥିବା କଥା ଯଦି କହିବା ତେବେ ଏହା ସବୁଠାରୁ ଫାଷ୍ଟ ଶତକ ଅଟେ । ଟି-ଟ୍ୱେଣ୍ଟିରେ ଏହା ପ୍ରଥମ ନୁହେଁ ଯେ, ସାହା ଶତକ ହାସଲ କରିଛନ୍ତି । ଆଇପିଏଲ-୨୦୧୪ ଫାଇନାଲ ମ୍ୟାଚରେ କିଙ୍ଗସ୍ ଏକାଦଶ ପଞ୍ଜାବ ତରଫରୁ ଖେଳି ସାହା, ୫୫ଟି ବଲ୍ ରୁ ୧୧୫ରନ୍ କରିଥିଲେ । କିନ୍ତୁ ସାହାଙ୍କର ଏହି ଶତକ ସତ୍ୱେ ମଧ୍ୟ କିଙ୍ଗସ୍ ଏକାଦଶ ପଞ୍ଜାବ କୋଲକାତା ନାଇଟ୍ ରାଇଡର୍ସ ଠାରୁ ମ୍ୟାଚ ଟି ହାରିଯାଇଥିଲା । ତେବେ ଏଥର ଆଇପିଏଲରେ ସାହାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୫କୋଟି ଟଙ୍କାରେ କିଣିଛି ।

ସାହାଙ୍କୁ ଭାରତୀୟ ଦଳରେ ସୀମିତ ଓଭରର ଫର୍ମାଟରେ ଜାଗା ମିଳୁନାହିଁ । କିନ୍ତୁ ସାହା ଟି-ଟ୍ୱେଣ୍ଟି ବ୍ୟାଟ୍ସମ୍ୟାନ ରୂପେ ନିଜକୁ ପ୍ରମାଣ କରିବାରେ ପଛରେ ନାହାନ୍ତି । ସାହା ଏହି ବିସ୍ଫୋରକ ବ୍ୟାଟିଂରେ ନା କେବଳ ନିଜ ଫ୍ରାଞ୍ଚାଇଜଙ୍କୁ ଖୁସି କଲେ ତାହା ନୁହେଁ ଏହା ସହ ସାହା ବିପକ୍ଷ ଦଳ ଗୁଡିକ ପାଇଁ ବିପଦର ଘଣ୍ଟି ବଜାଇଛନ୍ତି ।