ଠାବ ହେଲା ଭାରତୀୟ ଲଢୁଆ ଯୁଦ୍ଧ ବିମାନ ସୁଖୋଇ ୩୦ର ଭଗ୍ନାବଶେଷ !

31

କନକ ବ୍ୟୁରୋ : ମଙ୍ଗଳବାରରୁ ନିଖୋଜ ଭାରତୀୟ ଲଢୁଆ ଯୁଦ୍ଧ ବିମାନ ସୁଖୋଇ ୩୦ର ଭଗ୍ନାବଶେଷ ମିଳିଛି । ଅରୁଣାଚଳ ପ୍ରଦେଶର ଚୀନ ସୀମାନ୍ତ ଅଂଚଳରେ ଏହି ବିମାନର ଧ୍ୱଂସାବଶେଷ ଠାବ ହୋଇଛି । ଅତି ଦୁର୍ଗମ ଅଂଚଳ ହୋଇଥିବାରୁ ବର୍ତମାନ ମଧ୍ୟ ଏହାକୁ ସଂପୂର୍ଣ୍ଣ ଉଦ୍ଧାର କରାଯାଇପାରି ନାହିଁ ।

ମଙ୍ଗଳବାର ନିୟମିତ ପ୍ରଶିକ୍ଷଣ ସମୟରେ ବିମାନଟି ନିଖୋଜ ହୋଇଥିଲା । ତେଜପୁରରୁ ୬୦ କିମି ଉଡାଣ ଭରିବା ପରେ ଚୀନ ଆକାଶରୁ ରାଡାର ସହ ସର୍ମ୍ପକ ତୁଟିଥିଲା । ବିମାନକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଖରାପ ପାଣିପାଗ ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା ।