ଖାଇବା ଜିନିଷ ଖବରକାଗଜରେ ରଖୁଛନ୍ତି କି ? ସାବଧାନ ! କାଳିରେ ଅଛି ବିଷାକ୍ତ ରସାୟନ

60

ଖବରକାଗଜରେ ଗୁଡା ହୋଇଥିବା ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ଏବଂ ଲିଭର୍ ଉପରେ ଗଭୀର ପ୍ରଭାବ ପଡିଥାଏ । ଏଥିରେ ଗୁଡା ହୋଇଥିବା ଖାଦ୍ୟ ଗ୍ରହଣ କଲେ କ୍ୟାନ୍ସର୍ ପରି ଭୟଙ୍କର ରୋଗ ହେବାର ସମ୍ଭାବନା ରହିଛି । ଏହା ସହ ଶରୀରର ରୋଗପ୍ରତିଶୋଧକ ଶକ୍ତି ମଧ୍ୟ କମି ଯାଇଥାଏ । ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ଏଫଏସଏସଏଆଇ ।

ଏହି ରିପୋର୍ଟ ଅନୁସାରେ ଖବରକାଗଜରେ କ୍ଷତିକାରକ କାଳି ଓ ଅଠା ସହ ବିଷାକ୍ତ କେମିକାଲ୍ ବ୍ୟବହାର କରାଯାଇଥାଏ । ଯାହା ଖାଦ୍ୟ ଜରିଆରେ ଆମ ଶରୀର ଭିତରକୁ ଯାଇଥାଏ । ବିଶେଷ କରି ତୈଳ ଜାତୀୟ ଖାଦ୍ୟ ଓ ଜଙ୍କ୍ ଫୁଡ୍ ଜରିଆରେ ଏହି ବିଷାକ୍ତ କେମିକାଲ୍ ଶରୀର ମଧ୍ୟକୁ ଯାଇଥାଏ । ଫଳରେ ଲିଭର୍ ଉପରେ ପ୍ରଭାବ ପକାଇବା ସହ କ୍ୟାନ୍ସର୍ ପରି ଭୟଙ୍କର ରୋଗ ହେବାର ସମ୍ଭାବନା ରହିଥାଏ  ।

ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ମଧ୍ୟ ଅବଗତ କରିଛି ଏଫଏସଏସଏଆଇ । ତେବେ ରିପୋର୍ଟ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଗ୍ରାହକ ମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ବ୍ୟବସାୟୀ ମାନଙ୍କୁ ଖବର କାଗଜ ଜରିଆରେ ଖାଦ୍ୟ ନଦେବା ପାଇଁ ଅନୁରୋଧ କରିଛନ୍ତି ।