ଗଣ୍ଠି ସମସ୍ୟା ପାଇଁ ଚିନ୍ତିତ କି ? ତେବେ ପତ୍ରକୋବିକୁ ବ୍ୟବହାର କରି ପାଇପାରିବେ ଏହି ସମସ୍ୟାରୁ ମୁକ୍ତି ।

113

କୋବି ଏପରି ଏକ ପରିବା ଯାହା ଲୋକମାନଙ୍କ ସ୍ୱାସ୍ଥ୍ୟ ପାଇଁ ବେସ ଉପଯୋଗୀ ହୋଇଥାଏ । ଏହା ଦେଖିବାକୁ ଧଳା ଏବଂ ସବୁଜ ରଙ୍ଗ ସହ ଏହାର ଆକାର ଗୋଲାକାର ହୋଇଥାଏ । କୋବି ଅବିଶ୍ୱସନୀୟ ଭାବେ ସ୍ୱାସ୍ଥ୍ୟ ପାଇଁ ଉପେଯାଗୀ ହୋଇଥାଏ । ଏଥିରେ ବହୁତ ମାତ୍ରେରେ ଆଣ୍ଟି ଅକ୍ସିଡେଣ୍ଟ୍ ଥିବାରୁ ଏହା ଚର୍ମ ପାଇଁ ବେସ ଲାଭଦାୟକ ହୋଇଥାଏ । ଏଥିସହିତ କୋବିରେ ପୋଟାସିୟମ, ଲୌହ ଏବଂ ଅନ୍ୟ କେତେକ ଭିଟାମିନ ଭରି ହୋଇ ରହିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ରକ୍ତ ପରିଷ୍କାର ହେବା ସହ ଅନେକ ରୋଗରୁ ମୁକ୍ତି ମିଳିଥାଏ । ସବୁଠାରୁ ବଡ କଥା ହେଉଛି ନିୟମିତ କୋବି ଖାଇବା ଦ୍ୱାରା ଲୋକମାନେ ସର୍ବଦା ଯବାନ ଦେଖାଯାଇଥାନ୍ତି । କାରଣ ଏଥିରେ ଭିଟମିନ ‘ସି’ର ମାତ୍ରା ବହୁତ ପରିମାଣରେ ରହିଛି ।

କୋବିର କେତେ ପ୍ରକାର :

ସବୁଜ କୋବି : ସବୁଜ କୋବିକୁ ସାଧାରଣତଃ ପ୍ରତିଟି ଲୋକ ଖାଇବାରେ ବ୍ୟବହାର କରିଥାନ୍ତି । ଏହାକୁ ସାଲଟ କରି ଖିଆଯାଇଥାଏ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ, ପ୍ରୋଟିନ ଥିବା ସହ ଏହା ପୃଷ୍ଟିକର ମଧ୍ୟ ହୋଇଥାଏ ।

ଲାଲ କୋବି : ସବୁଜ କୋବି ଭଳି ଏଥିରେ ମଧ୍ୟ ପ୍ରଚୁର ପରିମାଣରେ ପ୍ରୋଟିନ ଭରି ହୋଇ ରହିଛି । ଏହାର ସ୍ୱାଦ କିଛି ମାତ୍ରାରେ ଗୋଲମରିଚ ପରି ହୋଇଥିବା ବେଳେ ଏହାକୁ ମଧ୍ୟ ଲୋକମାନେ ସାଲଟରେ ବ୍ୟବହାର କରିଥାନ୍ତି ।

ବନ୍ଧା କୋବି : ବନ୍ଧା କୋବି ଅଲଗା କୋବି ଗୁଡିକ ଠାରୁ ସମ୍ପୁର୍ଣ୍ଣ ଅଲଗା ହୋଇଥାଏ । ଏଥିରେ ଭିଟାମିନର ପରିମାଣ ବହୁତ ଥାଏ । ଏହି କୋବିର ପତ୍ରରୁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର ବ୍ୟଞ୍ଜନ ତିଆରି କରି ଏହାର ମଜା ଉଠାଇଥାନ୍ତି ।

କୋବିର ଔଷଧୀୟ ଗୁଣ :

ଯଦି କୌଣସି ବ୍ୟକ୍ତି ଗଣ୍ଠି ବିନ୍ଧା ଭଳି ରୋଗରେ ପିଡିତ ଅଛନ୍ତି ତେବେ ସେମାନଙ୍କ ପାଇଁ କୋବି ଏକ ଔଷଧ ଭଳି କାମ କରିପାରିବ । ତେବେ ଆସନ୍ତୁ ଜାଣିବା କିଭଳି ଭାବେ କୋବିରୁ  ଗଣ୍ଠି ସମସ୍ୟା ପାଇଁ ଔଷଧ ତିଆରି କରିବା ।

ଔଷଧ ତିଆରି କରିବା ପାଇଁ ପ୍ରଥମେ ଆବଶ୍ୟକ ପଡିପାରେ ପତ୍ରକୋବି, ବ୍ୟାଣ୍ଡେଜ, ଏବଂ ଆଲୁମିନିୟମ ଫଏଲ । ପ୍ରଥମେ କୋବି ପତ୍ର ଗୁଡିକୁ ଭଲ ଭାବେ ଛଡାଇ ତାକୁ ଶୁଖିବା ପାଇଁ ଛାଡିଦିଅନ୍ତୁ । ପରେ ପତ୍ରକୁ ଭଲଭାବେ ଦବାଇ ସେଥିରୁ ରସ ବାହାର କରନ୍ତୁ । ଏହା ପରେ ଆଲୁମିନିୟମ ଫଏଲରେ ପତ୍ରକୁ ଗୁଡାଇ ହାଲକା ଆଞ୍ଚରେ ଗରମ କରିବା ପାଇଁ କିଛି ମିନିଟ ଛାଡିଦେବେ । ପତ୍ର ଗରମ ହୋଇଯିବା ପରେ ଏହାକୁ ଆଣି ବିନ୍ଧା ହେଉଥିବା ସ୍ଥାନରେ ବ୍ୟାଣ୍ଡେଜ ଦ୍ୱାରା ଭଲ ଭାବେ ବାନ୍ଧି ପ୍ରାୟ ଏକ ଘଣ୍ଟା ଯାଏ ଛାଡି ଦେବେ । ଏହି ପ୍ରକ୍ରିଆକୁ ଗୋଟିଏ ଦିନରେ ୨-୩ ଥର ବ୍ୟବହାର କଲେ ଆପଣ ଗଣ୍ଠି ସମସ୍ୟା ଦୁର ହୋଇପାରିବ ।