ଦୁନିଆରେ ସମସ୍ତ ୱାଇଫାଇ ପାସୱର୍ଡ଼ରେ ଅଛି ଦୁର୍ବଳତା ! ଚୋରି ହୋଇପାରେ ବ୍ୟକ୍ତିଗତ ତଥ୍ୟ, ମୋବାଇଲ ଓ କମ୍ପ୍ୟୁଟରକୁ କରନ୍ତୁ ସୁରକ୍ଷିତ  

99

ଦୁନିଆରେ ସମସ୍ତ ୱାଇଫାଇ ପାସୱର୍ଡ଼ରେ ଅଛି ଦୁର୍ବଳତା । ୱାଇଫାଇ ସୁରକ୍ଷା ପାଇଁ ଡବ୍ଲ୍ୟୁପିଏ୨ ପ୍ରୋଟୋକଲର ବ୍ୟବହାର କରନ୍ତି । କିନ୍ତୁ ଏହି ପ୍ରଟୋକଲରେ ଏକ ଦୁର୍ବଳତା ଜଣାପଡ଼ିଛି, ଯାହାଦ୍ୱାରା କୌଣବି ବି ୱାଇଫାଇରୁ ବ୍ୟକ୍ତିଗତ ତଥ୍ୟ ଚୋରୀ କରାଯାଇପାରିବ । ବେଲଜିୟମର ସିକ୍ୟରିଟି ରିସର୍ଚ୍ଚର ମୈଥୀ ବୈନହାଫ ଓ ଫ୍ରେଙ୍କ ପ୍ରିସେନ୍ସ ଏକଥା କହିଛନ୍ତିି । କ୍ରାକଆଟାକ ଡଟ୍ କମରେ ଏନେଇ ଏକ ଖୁଲାସା ହୋଇଛି । ସୂଚନା ମୁତାବକ ସମସ୍ତେ ସମସ୍ତ ୱାଇଫାଇ ଯନ୍ତ୍ର ଏହି ପ୍ରଟୋକଲର ଦୁର୍ବଳତା ଯୋଗୁଁ ଅସୁରକ୍ଷିତ ଅଛନ୍ତି । ୱାଇଫାଇ ସିକ୍ୟରିଟିରରେ ଏହି ଦୁର୍ବଳତାର ଲାଭ ଉଠାଇ କ୍ରାକ ଆଟାକ ଜରିଆରେ ଆପଣଙ୍କ ବ୍ୟାଙ୍କ ବିବରଣୀ, କ୍ରେଡିଟ କାର୍ଡ଼ ନମ୍ବର, ପାସୱର୍ଡ଼, ମେସେଜ, ଇମେଲ ପରି ବିରରଣୀ ସର୍ବସାଧାରଣ  କରାଯାଇପାରିବ । ତେବେ ଏପରିସ୍ଥଳେ ନିଜ ମୋବାଇଲ ଓ କମ୍ପ୍ୟୁଟରକୁ କିପରି ସୁରକ୍ଷିତ ରଖିବେ, ଆସନ୍ତୁ ଜାଣିବା . . . . .

source : Redes Zone

୧. ଅଧ୍ୟୟନକର୍ତ୍ତାଙ୍କ ମୁତାବକ ଆପଣଙ୍କ ଡିଭାଇସରେ ରିଇନଷ୍ଟୋଲେସନ ଆଟାକ ଜରିଆରେ ଡାଟା ଚୋରୀ ହୋଇପାରେ । ଏପରିସ୍ଥଳେ ୱାଇ-ଫାଇ ଉପରେ ନଜର ରଖନ୍ତୁ । ୱାଇ-ଫାଇ ଅନ୍ ଅଫ୍ ହେଉଥିଲେ ସାବଧାନ ହୋଇଯାଆନ୍ତୁ, ଏବଂ ରିଇନଷ୍ଟୋଲେସନରୁ ବଞ୍ଚନ୍ତୁ ।

୨. ଦାବି ହୋଇଛି ତଥ୍ୟ ଚୋରୀ କରିବା ପାଇଁ କୌଣସି ବି ଆଟାକର ୱେବସାଇଟରେ ରାନସମୱେର କିମ୍ବା ମାଲୱେର ଇନଜେକ୍ଟ କରିପାରନ୍ତି । ଏମିତିରେ ସିକ୍ୟରିଟି ଅପଡେଟ୍ ମିଳିଲେ ସଙ୍ଗେ ସଙ୍ଗେ ଅପଡେଟ୍ କରନ୍ତୁ ।

୩. ଆକ୍ରମଣରୁ ବଞ୍ଚିବା ପାଇଁ ୱାଇଫାଇ ରାଉଟରକୁ ମଧ୍ୟ ଅପଡେଟ୍ କରି ତାହାର ପାସୱର୍ଡ଼ ବଦଳାଇ ପାରିବେ । ଏହା ବ୍ୟତୀତ ଫୋନ୍ ରେ ମଧ୍ୟ ପଡେଟ୍ ମିଳୁଛି ଏହାକୁ ଅପଡେଟ୍ କରୁନ୍ତୁ ।

୪. ଯେଉଁ ଫୋନକୁ କମ୍ପାନୀ ଅପଡେଟ୍ ଦେବା ବନ୍ଦ କରିଦେଇଛି, ସେହି ଫୋନଗୁଡ଼ିକ ଉପରେ ଆକ୍ରମଣର ସମ୍ଭାବନା ଅଧିକ ଥାଏ ।