ଭରସାରେ ବିଷ ମିଶାଇଲା ଅମୁଲ କମ୍ପାନୀ ! ଛେନାରୁ ବାହାରିଲା କାଚଗୁଣ୍ଡ ।

61

ମନେକର ଆପଣ ସାଣ୍ଡୱିଚ୍ ଖାଉଥିବା ସମୟରେ ଖାଦ୍ୟରୁ କାଚଗୁଣ୍ଡ ବାହାରିଲା ତେବେ ଆପଣ କ’ଣ କରିବେ । ଆଉ ଯଦି ଏହି ଖାଦ୍ୟ ବହୁ ସମୟରୁ ଆପଣଙ୍କ ଭରସାର ଯୋଗ୍ୟ ହୋଇପାରିଛି ତେବେ ଏହା ଆପଣଙ୍କୁ ଭରସାରେ ବିଷ ମିଶାଇଲା ପରି ଲାଗିବ । ଆଜ୍ଞା ହଁ ଆମେ ଆପଣଙ୍କୁ ଏଭଳି ଏକ କଥା କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣଙ୍କୁ କୌଣସି ଖାଦ୍ୟ ଖାଇବା ପୂର୍ବରୁ ଶହେ ଥର ଭାବିବାକୁ ପଡିବ । ନୋଏଡା ସେକ୍ଟର-୯୨ ରେ ଗାୟତ୍ରୀ ସିଂହ ନାମକ ଜଣେ ମହିଳା ନିଜ ପରିବାର ସହ ବାସ କରନ୍ତି । ସେ ଏପ୍ରିଲ ୧୦ ତାରିଖରେ ବଜାରରୁ ଅମୁଲ କମ୍ପାନୀର ଏକ ଛେନା ପ୍ୟାକେଟ୍ କିଣି ପରଦିନ ପୁଅର ଲଞ୍ଚବକ୍ସରେ ଦେବାକୁ ଗଲାବେଳେ ସେ ଛେନାରେ କାଚଗୁଣ୍ଡ ଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କେବଳ ଗୋଟିଏ ସ୍ଲାଇସର କଥା ନୁହଁ ଏହିଭଳି ସମବସ୍ଥା ଚାରୋଟି ସ୍ଲାଇସର ଥିଲା । ଗାୟତ୍ରୀ ତତକ୍ଷଣାତ ଅମୁଲ କମ୍ପାନୀକୁ ଏହି ବିଷୟରେ ଅବଗତ କରାଇଲେ । କମ୍ପାନୀ ପକ୍ଷରୁ ୪୮ ଘଣ୍ଟା ଭିତରେ ଏହାର ତଦାରଖ କରିବା ପାଇଁ ଆଶ୍ୱାସନା ଦିଆଯାଇଛି । ଏହି ମାମଲାରେ ଖାଦ୍ୟ ସୁରକ୍ଷା ଅଫିସରଙ୍କ କହିବାନୁସାରେ ତାଙ୍କୁ ଏହି ଘଟଣା ଉପରେ କେହି ଅବଗତ କରାଇନଥିଲେ । ଯେହେତୁ ସେ ବିଳମ୍ବରେ ଏହି ଖବର ଜାଣିଲେ ତେଣୁ ସେ ଖୁବଶୀଘ୍ର ଏହାର ଜାଞ୍ଚ କରିବେ । ଯଦି ଏଥିରେ କମ୍ପାନୀର ତ୍ରୁଟି ଜଣାପଡିଲା ତେବେ କମ୍ପାନୀକୁ ଏଥିପାଇଁ ୧ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡିବ ।
ମାତା ପିତା ସମୟ ଅଭାବରୁ ପିଲାଙ୍କ ଲଞ୍ଚବକ୍ସରେ ବାହାରୁ କିଣି ଆଣୁଥିବା ଖାଦ୍ୟ ଯାହା ସମୟ ସାପେକ୍ଷ ଏବଂ ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥିବ ତାହା ଦେଇଦିଅନ୍ତି । କିନ୍ତୁ ଏହାଦ୍ୱାରା ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରହିବା ପରିବର୍ତ୍ତେ ଆହୁରି ବିଗିଡିଯାଏ । କିନ୍ତୁ ଯଦି ବିଶ୍ୱସନୀୟ କମ୍ପାନୀ ଏଭଳି କାମ କରିବେ ତେବେ ଆଉ ଦୋଷ ଦେବେ?