୫ ମାସର ଶିଶୁ ଆଖିରୁୁ ବାହାରିଲା ୧୧ ପୋକ : ଜାଣନ୍ତୁ କେଉଁ କାରଣରୁ କିପରି ଭାବରେ ଆଖିରୁ ବାହାରିଲା ପୋକ

102

କନକ ବ୍ୟୁରୋ : ମଣିଷ ନିଜ ଶରୀରର ଅଧିକ ଯତ୍ନ ନେଇଥାଏ । ତେବେ ଶରୀର ମଧ୍ୟରେ ଆଖିର ଯତ୍ନ ସବୁଠାରୁ ଅଧିକ ନେଇଥାଏ । କାରଣ ଏହାକୁ ଅମୂଲ୍ୟ ସମ୍ପଦ କହନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଚାଇନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ୫ମାସର ଶିଶୁର ଆଖିରୁ ୧୧ଟି ପୋକ ବାହାରିଥିବା ଡାକ୍ତର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଚାଇନାର ଡଙ୍ଗ୍ ଡଙ୍ଗ୍ ନାମକ ୫ ମାସର ଶିଶୁ ଆଖିରେ ଅନେକ ଦିନ ହେବ କଷ୍ଟ ଅନୁଭବ ହେଉଥିଲା। ମା’ ଶିଶୁଟି ଆଖିର ଏଭଳି ଅବସ୍ଥା ଦେଖି ତାକୁ ଡାକ୍ତରଖାନା ନେଇ ଯାଇଥିଲେ। ସେଠାରେ ସମସ୍ତ ପରୀକ୍ଷା ପରେ ଡାକ୍ତର ଶିଶୁଟିର ଆଖିରେ ନେମାଟୋଡ୍ ଇନଫେକସନ ହୋଇଥିବା ଜାଣିବାକୁ ପାଇଥିଲେ। ଏହି କାରଣରୁ ଶିଶୁ ଆଖିରେ ପୋକ ହୋଇଯାଇଛି ବୋଲି କହିଥିଲେ ଡାକ୍ତର। ଏହି ପ୍ରକାର ଇନଫେକସନ ଜୀବାଣୁ ସାଧାରଣତଃ ପଶୁମାନଙ୍କଠାରେ ଦେଖିବାକୁ ମିଳିଥାଏ।

 

ଯାଞ୍ଚରୁ ପଡ଼ୋଶୀ ଘରେ ରହୁଥିବା କୁକୁରଠାରୁ ଶିଶୁଟିକୁ ଏହି ଇନଫେକସନ ବ୍ୟାପିଥିବା ଜଣାପଡ଼ିଥିଲା। ଜୀବାଣୁଗୁଡ଼ିକ ଶିଶୁଟିର ଆଖିଡ଼ୋଳା ପାଖରେ ଛନ୍ଦି ହୋଇ ରହିଥିଲା। ଡଙ୍ଗ୍ ଡଙ୍ଗ୍ ଆଖିରୁ ଏହି ଜୀବାଣୁ ବାହାର କରିବା ପାଇଁ ଡାକ୍ତରଙ୍କୁ ୨୧ ମିନିଟ୍ ସମୟ ଲାଗିଥିଲା। ଡଙ୍ଗ୍ ଡଙ୍ଗ୍ ଆଖିରୁ ୧୧ଟି ଜୀବାଣୁ ବାହାରଯିବା ପରେ ବର୍ତ୍ତମାନ ତାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଆଜିକାଲି ପ୍ରାୟତଃ ସମସ୍ତଙ୍କ ଘରେ କୁକୁର ରଖାଯାଉଛି ତେବେ ଏପରି ଭାବରେ ମାରାତ୍ମକ ରୋଗ ବ୍ୟାପୁଥିବାରୁ ଲୋକମାନେ ସଚେତନତା ହେବାର ଆବଶ୍ୟକତା ରହିଛି ବୋଲୁ ଅନେକ ଡାକ୍ତର ପରାମର୍ଶ ଦେଇଛନ୍ତି ।