ବିଶ୍ୱର ସବୁଠାରୁ ଖରାପ ଡ୍ରାଇଭର ! ଟିକିଏ ଭୁଲ ପାଇଁ ଘଟିଲା ବଡ ଦୁର୍ଘଟଣା ।

55

ବିଶ୍ୱର ଜଣେ ଖରାପ ଡ୍ରାଇଭର ଯାହାଙ୍କୁ ଚୀନର ଏକ ରାଜମାର୍ଗରେ ପ୍ରଦର୍ଶିତ କରାଯାଇଛି । ଏଭଳି ଏକ ଭିଡିଓ ଏବେ ଭାଇରାଲ ହୋଇଛି । ଯେଉଁଥିରେ ଦେଖାଯାଇଛି ଯେ, କିଭଳି ଜଣେ ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ପାଇଁ ଏକ ବ୍ୟସ୍ତବହୁଳ ରାଜମାର୍ଗରେ ଅନେକ କ୍ଷୟକ୍ଷତିର ପ୍ରଭାବ ଦେଖିବାକୁ ମିଳିଛି । ଭିଡିଓରୁ ଜଣାପଡୁଛି ଯେ, ଗାଡି ଚାଳକ ଜଣଙ୍କ ରାସ୍ତାରେ ଥିବା ଟର୍ଣ୍ଣିଙ୍ଗ ପଏଣ୍ଟକୁ ପଛରେ ଛାଡି ଆସିବା ପରେ ପୁଣି ସେହି ରାସ୍ତାରେ ଯିବା ପାଇଁ ହଠାତ ରାଜରାସ୍ଥାରେ ଗାଡିର ଗତିକୁ ଧିମା କରି ଗାଡିକୁ କାଟିବାକୁ ଚେଷ୍ଟା କରୁଛନ୍ତି ।

ଗତକାଲି ସାଙ୍ଘାଇଷ୍ଟରେ ପୋଷ୍ଟ କରାଯାଇଥିବା ଏହି ଭିଡିଓରେ ଦେଖାଯାଉଛି ଯେ, ବ୍ୟସ୍ତବହୁଳ ରାଜମାର୍ଗରେ ହଠାତ ଏକ ଧଳା ରଙ୍ଗର କାର ଅଟକି ଯାଉଛି । ଏହା ସ୍ପଷ୍ଟ କରୁଛି ଯେ, ଗାଡି ଚାଳକ ଜଣଙ୍କ ନିଜ ମାର୍ଗ ଅତିକ୍ରମ କରି ଆଗକୁ ପଳାଇ ଆସିଛନ୍ତି । ନିୟମ ଅନୁଯାୟୀ ଗାଡିକୁ ଆଗକୁ ନେବା ପରିବର୍ତ୍ତେ ସେ ନିଜ ଗତିପଥରେ ଯିବା ପାଇଁ ଏକ ଅଲଗା ରାସ୍ତା ଆପଣଉଛନ୍ତି । କିନ୍ତୁ ତାଙ୍କର ଏହି ଯୋଜନା ରାସ୍ତାରେ ଯାଉଥିବା ଅନ୍ୟ ଗାଡିଗୁଡିକ ପାଇଁ ବିପଦପୂର୍ଣ୍ଣ କାରଣ ଏପରି କରିବା ଦ୍ୱାରା ଗାଡି ଚାଳକ କେବଳ ରାସ୍ତାର ମଝିରେ ଗାଡି ରଖୁ ନାହାଁନ୍ତି ବରଂ ରାସ୍ତାର ଦୁଇ ପାଶ୍ୱର୍କୁ ବନ୍ଦ ମଧ୍ୟ କରିଦେଉଛନ୍ତି ।

କାରଟି ରାସ୍ତାର ମଝିରେ ଅଟକି ରହିଥିବାରୁ ପଛପଟୁ ଆସୁଥିବା ଏକ ଟ୍ରକକୁ ତାର ଗତିପଥରେ ପରିବର୍ତ୍ତନ କରିବାକୁ ପଡୁଛି । କାରଟିକୁ ରକ୍ଷା କରିବାକୁ ଯାଇ ଟ୍ରକଟି ବିପଦ ଆଡକୁ ଗତି କରୁଛି । ଏବଂ ଶେଷରେ ଟ୍ରକଟିର ଗତିରେ ପରିବର୍ତ୍ତନ ହେବାରୁ ଏହା ଦୁର୍ଘଟଣାଗ୍ରସ୍ତ ହେଉଛି ।

ସେହିଭଳି ଆଉ ଏକ ଟ୍ରକ ମଧ୍ୟ ଦୁରରୁ ରାସ୍ତାରେ ଏକ ଧଳା କାର ଅଟକି ରହିଥିବା ଦେଖିବାକୁ ପାଉଛି । କାର ସହ ଦୁର୍ଘଟଣାଗ୍ରସ୍ତ ହେବାରୁ ବର୍ତ୍ତିବା ପାଇଁ ଟ୍ରକ ଚାଳକ ଗାଡିର ଗତିକୁ ଧିମା କରିବାକୁ ଚେଷ୍ଟା କରୁଛନ୍ତି । ତେବେ ଉକ୍ତ ଟ୍ରକର ମଧ୍ୟ ସମାନ ପରିସ୍ଥିତି ଦେଖାଯାଉଛି । କାରଟିକୁ ବଞ୍ଚାଇବାକୁ ଯାଇ ଏହା ଦୁର୍ଘଟଣାଗ୍ରସ୍ତ ହେଉଛି ।

ଆଉ ଏତେ ସବୁ ପରେ ଧଳା କାରଟିର ଚାଳକ ଜଣଙ୍କ ନିଜ ଯୋଜନାରେ ସଫଳ ହେଉଥିବାର ଦେଖାଯାଉଛି । ଯେକୌଣସି ପ୍ରକାରେ ମଧ୍ୟ କାରଟି ମଝି ରାସ୍ତାରୁ ନିଜ ଗତି ପରିବର୍ତ୍ତନ କରି ନିଜ ଗନ୍ତବ୍ୟସ୍ଥଳ ଦିଗରେ ଗତି କରୁଛି ।

ଏହି ଭିଡିଓଟି ପୋଷ୍ଟ ହେବା ପରେ ଭିଡିଓଟିକୁ ୨.୨ ଲକ୍ଷ ଲୋକ ଦେଖିସାରିଲେଣି । ୪ ହଜାର ୨ଶହ ଜଣ ଲୋକେ ଏଥିରେ ପ୍ରତିକ୍ରିୟା ରଖିଥିବା ବେଳେ ୩ ହଜାର ଲୋକେ ଏହାକୁ ସେୟାର କରିସାରିଲେଣି । କାର ଚାଳକଙ୍କର ଏଭଳି ମନୋଭାବକୁ ସୋସିଆଲ ମିଡିଆରେ ଲୋକମାନେ ନିନ୍ଦା କରୁଛନ୍ତି ।