ବିକାଶ ଦିଗରେ ଭାରତର ଆଉ ଏକ ପଦକ୍ଷେପ ! ମଣିପୁରରେ ନିର୍ମାଣ ହେବ ବିଶ୍ୱର ଉଚ୍ଚତମ ରେଳ ପୋଲ

176

କନକ ବ୍ୟୁରୋ : ମଣିପୁରରେ ବିଶ୍ୱର ଉଚ୍ଚତମ ରେଳ ପୋଲ ନିର୍ମାଣ ହେବାକୁ ଯାଉଛି । ଯାହା ଭାରତ ପ୍ରଗତିରେ ଆଉ ଏକ ପାଦ ଆଗେଇବ। ଏହି ବ୍ରିଜ ନିର୍ମାଣ ହେଲେ ୧୪୧ ମିଟର ଉଚ୍ଚତାରେ ଟ୍ରେନ ଗଡ଼ିିବ । ବ୍ରିଜର ଖମ୍ଭ ତିଆରି ସରିଥିବାବେଳେ ଏହା ପୂର୍ବତଟ ଦେଶ ସହ ଅନ୍ୟାନ୍ୟ ଦେଶକୁ ସଂଯୋଗ କରିବ । ଇଜି ନଦୀ ଉପରେ ୧୪୧ ମିଟର ସେତୁ ବାନ୍ଧିବା ପାଇଁ ରେଳବିଭାଗ ଏକ ଚ୍ୟାଲେଞ୍ଜ ଭାବେ ନେଇଛି।

ସୂଚନାଯୋଗ୍ୟ, ୧୦୦କିମି ଦୂରତା ଜିରିବାମ-ତୁପୁଲ-ଇମ୍ଫାଲ ନ୍ୟୁ ବ୍ରଡ ଗଜ ଲାଇନ ପ୍ରକଳ୍ପର ଏହା ଏକ ଅଂଶ । ବ୍ରିଜର ଲମ୍ବ ୭୦୩ ମିଟର ହୋଇଥିବା ବେଳେ ବ୍ରିଜ ନିର୍ମାଣର ହାଇଡ୍ରୌଲିକ ଅଗରର ବ୍ୟବହାର ହୋଇଛି । ଏହି ପ୍ରକଳ୍ପରେ ସମୁଦାୟ ୪୫ଟି ଟନେଲ ରହିଛି । ସବୁଠାରୁ ଲମ୍ବା ଟନେଲ ବା ୧୨ ନମ୍ବର ଟନେଲର ଲମ୍ବ ୧୦.୨୮୦ କିମି ରହିଛି । ଖୁବଶୀଘ୍ର ଏହାର ନିର୍ମାଣର କାର୍ଯ୍ୟ ଶେଷ କରାଯାଇ ଟ୍ରେନ ଚଳାଚଳ ଆରମ୍ଭ ହେବ ବୋଲି ରେଳ ଅଧିକାରୀ ସୂଚନା ଦେଇଛନ୍ତି । ଏହି ବ୍ରିଜ ପୂର୍ବରୁ ଇଉରୋପ ମଣ୍ଟେନେଗ୍ରୋ ଠାରେ ବିଶ୍ୱର ୧୩୯ ମିଟର ଉଚ୍ଚତମ ବ୍ରିଜ ରହିଛି।