ଚର୍ଚ୍ଚାରେ ଭଦ୍ରକର ଭେକ୍ୟୁମ୍ କ୍ଲିନର । ୧୭ ବର୍ଷୀୟ କମଳଙ୍କ କମାଲ୍, ନିର୍ମାଣ କଲେ ବିଶ୍ୱର ସବୁଠାରୁ କ୍ଷୁଦ୍ର ଭେକ୍ୟୁମ୍ କ୍ଲିନର

404

କନକ ବ୍ୟୁରୋ: ଚର୍ଚ୍ଚାରେ ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ଛାତ୍ର କମଳ କିଶୋର ମାଝୀ । କମଳ କିଶୋର ତିଆରି କରିଛନ୍ତି ବିଶ୍ୱର ସବୁଠାରୁ ଛୋଟ ଭେକ୍ୟୁମ କ୍ଲିନର । ସବୁଠୁ ଛୋଟ ଭେକ୍ୟୁମ କ୍ଲିନର ତିଆରି କରି ଏକ ନୂଆ ରେକର୍ଡ କରିଛନ୍ତି ଭଦ୍ରକର  ମେଧାବୀ ଛାତ୍ର କମଳ କିଶୋର ମାଝୀ ।

ବିଶ୍ୱର ସବୁଠାରୁ ଛୋଟ ଭେକ୍ୟୁମ କ୍ଲିନର ତିଆରି କରିଛନ୍ତି ଏହି ମେଧାବୀ ଛାତ୍ର । କମଳ ତିଆରି କରିଥିବା ଭେକ୍ୟୁମ କ୍ଲିନରର ଲମ୍ବ ୪.୫୫୧ ସେଟିଂମିଟର । ଏଥିପାଇଁ ସେ ଗିନିଜ ବୁକ ଅଫ୍ ରେକର୍ଡ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପୂର୍ବରୁ ଆନ୍ଧ୍ରର ଟି. ସାଇ ୫. ୪ ସେଂଟିମିଟର ଲମ୍ବର ଭେକ୍ୟୁମ କ୍ଲିନର ତିଆରି କରି ଗିନିଜ ବୁକରେ ସ୍ଥାନ ପାଇଥିଲେ । ଏବେ ସାଇଙ୍କ ସେହି ରେକର୍ଡକୁ ଭାଂଗି ନିଜ ନାଁକୁ ରେକର୍ଡ ବୁକରେ ସ୍ଥାନ ଦେଇଛନ୍ତି କମଳ । ଭବିଷ୍ୟତରେ ଇସ୍ରୋରେ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି କମଳ ।

ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀ ବିଜ୍ଞାନର ଛାତ୍ର କମଳ କିଶୋର । ପୂର୍ବରୁ ବ୍ରିଡ କାର ଇଂଜିନ ପ୍ରକଳ୍ପ କରି ଜାତୀୟସ୍ତର ବିଜ୍ଞାନ ମେଳାକୁ ମନୋନୀତ ହୋଇଥିଲେ । ବିଜ୍ଞାନ ପ୍ରତି ଆଗ୍ରହ କମଳ କିଶୋରଙ୍କୁ ସଫଳତା ଆଣିଦେଇଛି । ଆଗାମୀ ଦିନରେ ସରକାରୀ ସହାୟତା ମିଳିଲେ କମଳ ନିଶ୍ଚିତ ଲକ୍ଷ୍ୟସ୍ଥଳରେ ପହଂଚିବେ ବୋଲି ଆଶା ରଖିଛନ୍ତି କମଲଙ୍କ ପରିବାର । ବିଶ୍ୱର ସବୁଠାରୁ ଛୋଟ ଭେକ୍ୟୁମ କ୍ଲିନର ନିର୍ମାଣ କରିଥିବା ମେଧାବୀ ଛାତ୍ର କମଳ କିଶୋରଙ୍କୁ ସମଗ୍ର ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି । ଏଥିସହ ଗିନିଜ ବୁକ୍ରେ କମଳ ନିଶ୍ଚିତ ସଫଳ ହେବେ ବୋଲି ଆଶା ରଖିଛନ୍ତି ।