ବଜାରକୁ ଆସିବ ଦୁନିଆର ସବୁଠାରୁ ଛୋଟ ମୋବାଇଲ ଫୋନ୍ ! ଓଜନ ମାତ୍ର ୧୩ ଗ୍ରାମ

38

ବଜାରକୁ ଆସିବ ଦୁନିଆର ସବୁଠାରୁ ଛୋଟ ମୋବାଇଲ ଫୋନ । Zanco Tiny T1 ନାମକ ଏହି ଫିଚର ଫୋନ କ୍ରେଡିଟ କାର୍ଡ ଠାରୁ ମଧ୍ୟ ଛୋଟ । ତେବେ ସବୁଠାରୁ ଆଶ୍ଚଯ୍ୟ କଥା ହେଉଛି ଏହାର ଓଜନ ମାତ୍ର ୧୩ ଗ୍ରାମ । ଏହି ଫିଚର ଫୋନରେ କେବଳ କଲ ନୁହେଁ ମେସେଜ ମଧ୍ୟ କରାଯାଇପାରିବ । ତେବେ ଏହି ଫୋନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

9045af916ac8eabd3027187508723814_originalZanco Tiny T1 ମୋବାଇଲ ଫୋନକୁ  Clubit ମିଡିଆ କମ୍ପାନି ପ୍ରସ୍ତୁତ କରିଛି । ୧୮ ବର୍ଷ ତଳର ଏହି ପୁରୁଣା କମ୍ପାନି ଭିଡିଓ ଗେମ୍ସ, ଗିଫ୍ଟ ଭଳି ଜିନିଷ ପ୍ରସ୍ତୁତ କରିଥାଏ । Tiny T1 ମୋବାଇଲ ଫୋନ କ୍ରେଡିଟ କାର୍ଡ ଠାରୁ ଛୋଟ ଓ ୨ ଡଲାର କଏନ ଠାରୁ ବଡ ଅଟେ । କମ୍ପାନି ପକ୍ଷରୁ କୁହାଯାଇଛି ଯେ, ବ୍ୟବହାରକାରୀ ଏହାକୁ ବ୍ୟାକଅପ ଫୋନ ଭଳି ବ୍ୟବହାର କରିପାରିବେ । ଏହା ସମ୍ପୂର୍ଣ୍ଣ ଭାବେ ଏକ ଫିଚର ଫୋନ । କେବଳ ୨ଜି ନେଟୱାର୍କରେ ଏହି ଫୋନ କାମ କରିଥାଏ ।

Zanco Tiny T1 ଫିଚର ଫୋନ ବ୍ୟାଟେରୀ ବ୍ୟାକଅପ ୨୦୦ ଏମଏଏଚ୍ । ଥରେ ଚାର୍ଜ କଲେ ତିନି ଦିନ ପର୍ଯ୍ୟନ୍ତ ରହିଥାଏ । ଥରେ ଚାର୍ଜ କରିବା ପରେ ଲଗାତାର ୧୮୦ ମିନିଟ ପର୍ଯ୍ୟନ୍ତ କଥା ହୋଇପାରିବେ । ଏହି ଫିଚର ଫୋନରେ ୦.୪୯ ଇଞ୍ଚର ଓଶଲଇଡିର ସ୍କ୍ରିନ ରହିଛି । ଏହି ଛୋଟ ଫୋନରେ ୩୨ ଜିବି ଇଣ୍ଟରନାଲ ମେମୋରୀ ରହିଛି । ନାନୋ ସିମ ପଡୁଥିବା ଏହି ଫୋନରେ ମାଇକ୍ରୋ ୟୁଏସବି ଓ ବ୍ଲୁଟୁଥର ମଧ୍ୟ ସୁବିଧା ରହିଛି । ସର୍ବାଧିକ ୩୦୦ ନମ୍ବର ଓ ୫୦ଟି ଏସଏମଏସ ଏହି ଫୋନରେ ସପୋର୍ଟ କରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।