ଇଚ୍ଛା ଶକ୍ତି ଆଗରେ ହାର୍ ମାନିଛି ବୟସ ! ୯୦ ବର୍ଷ ବୟସରେ କରୁଛନ୍ତି ମଡେଲିଂ 

42

ଲଣ୍ଡନ: ଏହି ଫଟୋରେ ନଜର ଆସୁଥିବା ବୃଦ୍ଧା ଜଣଙ୍କୁ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।  ଆଉ ଜଣେ ସୁନ୍ଦରୀ ତରୁଣୀ ଭଳି ମନେକରିବେ । ୯୦ ବର୍ଷ ବୟସରେ ସେ କରୁଛନ୍ତି ମଡେଲିଂ । ଏହି ମହିଳା ଜଣକ ଲଣ୍ଡନର ପ୍ରସିଦ୍ଧ ମଡେଲ୍ ଅଟନ୍ତି ।  ଆଉ ଦୁନିଆର ସବୁଠୁ ବୟସ୍କା ମଡେଲ ଭାବରେ କମେଇ ନାଁ । ଏବେ ବି ଚଳଚଂଚଳ ସେ ।

୯୦ ବର୍ଷୀୟା ଡେଫନୀ ପୁରାପୁରି ଯତ୍ନଶୀଳ ଅଟନ୍ତି ନିଜର ସ୍ୱାସ୍ଥ୍ୟ ଓ ମଡେଲିଂ ନେଇ  । ଖାଲି ଏତିକି ନୁହେଁ ସେ ଅନେକ ଫ୍ୟାଶନ ବ୍ରାଣ୍ଡସକୁ ଏବେ ବି ପ୍ରମୋଟ କରୁଛିନ୍ତି ।  ଆପଣ ସୂଚନା ଯେ , ଡେଫନୀ  ୬୯ ବୟସରୁ ମଡେଲିଂ କରୁଛନ୍ତି । ସେ ୧୯୪୯ ମସିହାରୁ ମଡେଲିଂ କରୁଛନ୍ତି । ଗୋଟେ ସମୟରେ ସୁପର ହଟ୍ ମଡେଲ ଭାବେ ଅନେକ ଖ୍ୟାତି ଅର୍ଜନ କରିଥିବା  ଏହି ମଡେଲ୍ ଆଜି ବି ଏହି ପରିଣତି ବୟସରେ ମଡେଲିଂ ଦୁନିଆକୁ ଛାଡିନାହାଁନ୍ତି ।

ଆଶ୍ଚର୍ଯ୍ୟର କଥା ଯେ , ଯେଉଁସମୟରେ ଲୋକେ ଶରୀରର ପରିବର୍ତ୍ତନକୁ ଦେଖି ନିଜକୁ  ଦୁର୍ବଳ ମନେକରନ୍ତି , ଏହାର ଠିକ୍ ବିପରୀତ ଡେଫନୀ । ବୟସ ପାଖରେ ଯେମିତି ସେ ହାର୍ ମାନିନାହାଁନ୍ତି । ଆଉ ବୟସାଧିକ ଯେମିତି ତାଙ୍କ ଉପରେ କିଛି ପ୍ରଭାବ ପକାଇପାରିନାହିଁ । ନିକଟରେ ସେ ଲଣ୍ଡନରେ ଏକ ବ୍ୟୁଟି ପ୍ରଡକ୍ଟ ବ୍ରାଣ୍ଡର ପ୍ରମୋଶନ କରିଛନ୍ତି । ଏଥିପାଇଁ ତାଙ୍କ ସହ ଏକ ଭିଡିଓ ସୁଟ୍ କରାଯାଇଛି ।

( ସୌଜନ୍ୟ-ଅମର ଉଜାଲା )