ସୁନା ଠାରୁ ୩୦ ଗୁଣ ଅଧିକ ଦାମୀ ଏହି ଚା’ : ଏହାର ଦାମ୍ ଶୁଣିଲେ ଉଡିଯିବ ଆପଣଙ୍କ ହୋଶ, ଜାଣନ୍ତୁ ଏହାର ବିଶେଷତ୍ୱ

126

ଚା’ ର ଏକ ଛୋଟ ପ୍ୟାକେଟ ପାଇଁ ୧୦ ହଜାର ଡଲାର ବହୁତ ମହଙ୍ଗା ଲାଗେ ଏବଂ ଚା’ର ଏହି ମୂଲ୍ୟ ଉପରେ ଆପଣ ବିଶ୍ୱାସ କରିବା ମୁସ୍କିଲ ହୋଇଯିବ । କିନ୍ତୁ ଏହା ସତ୍ୟ ଅଟେ । “ଦାହୁଙ୍ଗ ପାଓ” ନାମକ ଚା’ ପତିକୁ ଦୁନିଆର ସବୁଠାରୁ ମହଙ୍ଗା ଚା’ ପତି କୁହାଯାଏ । ଏବଂ ଏହି ଚା’ କୁ ପିଇବା ପାଇଁ ବହୁତ ଲୋକ ସୁନା ଠାରୁ ୩୦ ଗୁଣ ଅଧିକ ମୂଲ୍ୟ ଦେବାକୁ ପ୍ରସ୍ତୁତ ଥାନ୍ତି । ଗୋଟିଏ କିଲୋ “ଦାହୁଙ୍ଗ ପାଓ” ଚା’ପତିର ମୂଲ୍ୟ ୩୦ କିଲୋ ସୁନା ସହିତ ସମାନ ।

“ଦାହୁଙ୍ଗ ପାଓ” ନାମକ ଏହି ଚା’ପତିର ମହଙ୍ଗା ହେବାର କାରଣ ଏହା ଯେ, ଏହି ଚା’ ପତି ଗଛ ବହୁତ ଦୁର୍ଲଭ ଏବଂ ତାହାର ଏକ ବିଶେଷ ପ୍ରକାରର ଯତ୍ନର ଆବଶ୍ୟକତା ଥାଏ । ପୁରୁଣା କାଳରେ ଚୀନରେ ଚା’ ଚାଷ କରୁଥିବା ଚାଷୀ, ବସନ୍ତ ଋତୁରେ ସକାଳେ ପାହାଡକୁ ଯାଉଥିଲେ ଏବଂ ଫସଲ ଭଲ ହେବା ପାଇଁ ପ୍ରାର୍ଥନା କରୁଥିଲେ । କୁହାଯାଏ କି ଏହି ଚା’ ପତିକୁ ଛେଳିର କ୍ଷୀରରେ ଧୁଆଯାଏ । ଏବଂ ତା’ପରେ ଏହାକୁ ରୋଷେଇ କରି ଶୁ୍ଖିବା ପାଇଁ ରଖାଯାଏ । ଏବଂ ଏହି ପ୍ରକ୍ରିୟାକୁ ୮୦ ବର୍ଷ ସମୟ ଲାଗିପାରେ ।

 

ଚିନି ଲୋକଙ୍କ କହିବାନୁସାରେ, “ଦାହୁଙ୍ଗ ପାଓ” ଚା’ପତି ଅସଲି ଥିବ ଯଦି ତାକୁ ପିଇଲେ ବହୁତ ଗୁଡାଏ ରୋଗ ଦୂର ହୋଇଯାଏ । ଯେତେବେଳେ ମିଙ୍ଗ ଶାସନ ଶୃଙ୍ଖଳାରେ ମହାରାଣୀଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା, ଏହି ଚା’ରେ ତାଙ୍କୁ ସୁସ୍ଥ କରାଯାଇଥିଲା । ସେବେଠାରୁ ରାଜା “ଦାହୁଙ୍ଗ ପାଓ”ର ଚାଷ କରିବାକୁ ଆଦେଶ ଦେଇଥିଲେ । ରାଜା ସବୁବେଳେ ଏକ ଲମ୍ବା ଚୋଗା ପିନ୍ଧୁଥିବାରୁ ଏହାର ନାମ “ଦାହୁଙ୍ଗ ପାଓ” ବା ଲମ୍ବା ଲାଲ ଚୋଗା ହୋଇଗଲା । ଏବେ ଏହି ଚା’ପତିର ମାତ୍ର ୬ଟି ଗଛ ଅଛି । ଏହି ଚା’ କୁ ସମସ୍ତେ କିଣି ପାରନ୍ତିନି । ଶେଷ ଥର ସନ୍ ୧୮୪୯ ରେ ଏକ ବ୍ରିଟିଶ ବନସ୍ପତି ବିଶେଷଜ୍ଞ ଏହି ଚା’ର କିଛି ମଞ୍ଜି ଚୋରି କରି ଏହାକୁ ଭାରତ ନେଇ କି ବୁଣିଥିଲେ । କିନ୍ତୁ ସେଥିରେ ଗଛ ବଢ଼ିନଥିଲା । ପରେ ଜଣାପଡିଲା କି ଏହି ଚା’ କେବଳ ଚୀନରେ ହିଁ ହୁଏ ।