ଧିରେ ଧିରେ ଦୁର୍ନୀତି ମୁକ୍ତ ହେଉଛି ଭାରତ ! ଆସିଗଲା ଦୁର୍ନୀତି ରିପୋର୍ଟ : ପାକିସ୍ତାନ ,ଚୀନ୍ ଏବଂ ଋଷ୍ ର ଅବସ୍ଥା ଗମ୍ଭୀର ।

322

ବର୍ତ୍ତମାନ ଦୁନିଆର ଦୁର୍ନୀତିଗ୍ରସ୍ତ ଦେଶମାନଙ୍କର ତାଲିକା ବାହାର କରାଯାଇଛି । ଏହି ତାଲିକା ଅନୁଯାୟୀ ଭାରତର ସ୍ଥିତିରେ ଏବେ ସୁଧାର ଆସିଛି । ୧୮୦ ଟି ଦେଶର ସୂଚିରେ ଭାରତ ତୃତୀୟ ସ୍ଥାନର ସୁଧାର ଆଣିବା ସହ ୭୮ ପାହ୍ୟାରେ ପହଞ୍ôଚଛି । ଅର୍ଥାତ୍ ଋଷ୍ ,ଚୀନ୍ ଏବଂ ପାକିସ୍ତାନ ସମେତ ୧୦୨ ଟି ଦେଶରେ ଭାରତରେ ଅଧିକ ଭ୍ରଷ୍ଟାଚାର ହେଉଛି । ଏହି ରିପୋର୍ଟ ମୁତାବକ ସୋମାଲିଆ ଦୁନିଆର ସବୁଠାରୁ ଅଧିକ ଦୁର୍ନୀତିବହୁଳ ଦେଶ ଅଟେ । ଦୁର୍ନୀତିମୁକ୍ତ ସଂଗଠନ ଟ୍ରାନ୍ସପେରେନ୍ସି ଇଣ୍ଟରନ୍ୟାସନାଲ୍ ତରଫରୁ ବୈଶିକ ଭ୍ରଷ୍ଟାଚାର ସୂଚୀ ୨୦୧୮ ଜାରୀ କରାଯାଇଥିଲା । ଏହି ସୂଚିରେ ଦୁନିଆର ୧୮୦ ଟି ଦେଶର ନାମ ରହିଛି । ଯେଉଁଥିରେ ପ୍ରଥମ ସ୍ଥାନରେ ଡେନମାର୍କ ଥିବାବେଳେ ଭାରତର ନମ୍ବର ୭୮ ରହିଛି । ଅର୍ଥାତ୍ ଡେନମାର୍କ ସବୁଠାରୁ କମ୍ ଦୁର୍ନୀତି ହେଉଛି । ଏହା ପୂର୍ବରୁ ୨୦୧୭ ମସିହାରେ ଭାରତର ର‌୍ୟାଙ୍କିଙ୍ଗ୍ ୮୧ ଥିଲା । ଏହି ସୁଧାର ଖୁବ୍ କମ୍ ଥିଲେ ହେଁ ୨୦୧୭ ଅପେକ୍ଷା ଭାରତର ପ୍ରଦର୍ଶନ ଖୁବ୍ ଭଲ ରହିଛି ।

ଚୀନ୍ ଏବଂ ପାକିସ୍ତାନର ଅବସ୍ଥା ଗମ୍ଭୀର : ଗୋଟିଏପଟେ ଭାରତର ର‌୍ୟାଙ୍କିଙ୍ଗ୍ ରେ ସୁଧାର ଆସିଥିବା ବେଳେ ଅନ୍ୟପଟେ ଚୀନ୍ ଏବଂ ପାକିସ୍ତାନର ସ୍ଥିତି ଗମ୍ଭୀର ଅବସ୍ଥାରେ ରହିଛି । ଲିଷ୍ଟରେ ଚୀନ୍ ୮୭ ସ୍ଥାନରେ ଥିବାବେଳେ ପାକିସ୍ତାନର ଅବସ୍ଥା ବହୁତ ଗମ୍ଭୀର ରହିଛି । ୧୮୦ ଦେଶର ଲିଷ୍ଟରେ ପାକିସ୍ତାନ ୧୧୭ ତମ ସ୍ଥାନରେ ରହିଛି । ଅର୍ଥାତ୍ ଭାରତ ଅପେକ୍ଷା ପାକିସ୍ତାନ ଅଧିକ ଦୁନୀତିଗ୍ରସ୍ତ । ତେବେ ଏଥିରେ ଚାରିପାଦ ଆଗରେ ରହିଛି ସୋମାଲିଆ । ଡୋନାଲ୍ଡ ଟ୍ରମ୍ପଙ୍କ ଶାସନରେ ଆମେରିକାର ସ୍ଥିତି ମଧ୍ୟ ଖୁବ୍ ଖରାପ ହୋଇଛି । ଚଳିତ ବର୍ଷ ଆମେରିକାକୁ ୭୧ ପଏଣ୍ଟ ମିଳିଛି । ୨୨ ତମ ରେଙ୍କ୍ ରେ ରହିଛି ଆମେରିକା ।