ବିଶାଳକାୟ ଗାଈ ପରେ ଏବେ ସାମ୍ନାକୁ ଆସିଛି ଦୁନିଆର ସବୁଠାରୁ ବଡ଼ କୁକୁଡା, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏହାର ଲମ୍ବ ୩ ଫୁଟ୍ ହେଇଥିବା ବେଳେ ଓଜନ ୭.୭ କେଜି ।

470

ନିକଟରେ ସୋସିଆଲ ମିଡିଆରେ ଦୁନିଆର ସବୁଠୁ ବଡ଼ ଗାଈକୁ ଦେଖବାକୁ ମିଳିଥିଲା । ଏବେ ସବୁଠୁ ବଡ଼ କୁକୁଡା ସୋସିଆଲ ମିଡିଆରେ ଚହଳ ପକାଉଛି । ଏହି କୁକୁଡାର ନାମ ହେଉଛି ମରକଲି, ଯାହା ୟୁରୋପିଆନ୍ ଦେଶ କୋସୋୱାର ଏକ କୁକୁଡା ଫାର୍ମରେ ରହେ । ଏହାର ଲମ୍ବ ୩ ଫୁଟ୍ ହେଇଥିବା ବେଳେ ଓଜନ ୭.୭ କେଜି । ଏହାକୁ ଦୁନିଆର ସବୁଠୁ ବଡ କୁକୁଡା ବୋଲି ମାନ୍ୟତା ଦିଆଯାଇଛି । କୁକୁଡା ମାଲିକଙ୍କ କହିବା ଅନୁଯାୟୀ, ସେ ଏବେ ଦୁଇଟି କୁକୁଡାଙ୍କ ସହ ରହୁଛି ଓ ତାର ବହୁତ ଭଲ ଭାବରେ ଯତ୍ନ ନିଆଯାଉଛି । ଏହି ପ୍ରଜାତିର କୁକୁଡା ବ୍ରହ୍ମା ଚିକେନ୍ ନାମରେ ମଧ୍ୟ ପ୍ରସିଦ୍ଧ ଅଟନ୍ତି । ଏହି କୁକୁଡା ମୂଳ ରୂପରେ ଚୀନରୁ ଆସିଛନ୍ତି । ଏହାକୁ ଆମେରିକାରେ ପ୍ରଜନନ କରାଯାଇଥିବା କୁକୁଡାର ଏକ ବଡ଼ ପ୍ରଜାତି ।

ସାଧାରଣରେ କୁକୁଡାର ଓଜନ ୫.୫ କେଜି ହୋଇଥାଏ କିନ୍ତୁ ମରକଲି ସେମାନଙ୍କ ମଧ୍ୟରୁ ସବୁଠାରୁ ବିଶାଳ ଅଟେ । ପ୍ରଥମେ ଲୋକେ ଏହି ଫଟୋ ଓ ଭିଡିଓକୁ ମିଛ ବୋଲି ଭାବୁଥିଲେ, କିନ୍ତୁ ପରେ ଯେତେବେଳେ ଲୋକଙ୍କ ସାମ୍ନାକୁ ଏହି କୁକୁଡାର ସତ୍ୟତା ଆସିଲା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ।