ଘଂଟା ପ୍ରତି ୫ଶହ କିଲୋମିଟର ଗତିରେ ଦୌଡିବ କାର! ହେନେସିଜ କମ୍ପାନୀ କଲା ଲଂଚ

36

ଖୁବଶୀଘ୍ର ବଜାରକୁ ଆସିବ ଦ୍ରୁତ ଗତିରେ ଦୈାଡୁଥିବା କାର । ଏହାର ସ୍ପିଡ ଶୁଣିଲେ ଆପଣ ଆଶ୍ଟର୍ଯ୍ୟ ହୋଇଯିବେ । ଏହି କାର ବର୍ତ୍ତମାନ ବିଶ୍ୱରେ ଚାଲୁଥିବା କାରମାନଙ୍କ ଠାରୁ ଅଧିକ ଗତିରେ ଦୌଡିବ । ଘଂଟା ପ୍ରତି ୫୦୦କିଲୋମିଟର ସ୍ପିଡରେ ଚାଲୁଥିବା କାର ଖୁବ ଶୀଘ୍ର ବଜାରକୁ ଆସିବ । ଏହି କାରର ମୂଲ୍ୟ ୧୦ମିଲିୟନ ରହିଛି । ଛୋଟ ବିମାନର ଗତି ସହ ଏହି କାର ଟକ୍କର ଦେଇପାରିବ । କାରର କରାଯାଇଥିବା ପ୍ରଥମ ପରୀକ୍ଷାରେ ଏହା ଘଂଟା ପ୍ରତି ୪୩୪ କିଲୋମିଟରେ ସ୍ପିଡରେ ୨୭୦ ଏମପିଏଚ ହାସଲ କରିଛି ।

ଏଭଳି କ୍ଷମତା ରଖିଥିବା କାର ହେଉଛି ଭେନମ ଭି -୫ । ହେନେସିଜ କମ୍ପାନୀ ଦ୍ୱାରା ପ୍ରସୁତ କରାଯାଇଥିବା ଏହି ସ୍ୱତନ୍ତ୍ର କାର ୭ହଜାର ସିସି ଏଲଏସଏକ୍ସ ଟ୍ୱିନ ଟର୍ବୋଚାର୍ଜଡ ଇଞ୍ଜିନ ବ୍ୟବହାର କରାଯାଇଛି । ଏହାର କ୍ଷମତା ରହିଛି ୧୬ଶହ ହର୍ଷ ପାୱାର । ସେହିପରି ଏହି କାରର ଓଜନ ରହିଛି ୧୩ସହ କେଜି, ଯାହା ସାଧାରଣ କାରର ଓଜନ ସହ ସମାନ ।

ଭେନମ ଭି-୫ ପୂର୍ବରୁ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ଦୌଡୁଥିବା କାରର ନାଁ ଥିଲା ଭେରନ । ଏହାର ସର୍ବାଧିକ ସ୍ପିଡ ଘଂଟା ପ୍ରତି ଥିଲା ୪୩୪ କିଲୋମିଟର ।୭ହଜାର ସିସି ଇଞ୍ଜିନର ଏହି କାର ଦଶ ସେକେଣ୍ଡରେ ୩ଶହ କିଲୋମିଟର ଯାଇପାରିବାର କ୍ଷମତା ରଖୁଛି । ଯାହା ଛୋଟ ବିମାନର ସ୍ପିଡ ସହ ସମାନ । କାର ଚଢିବା ସଉକ ପ୍ରାୟ ସମସ୍ତଙ୍କର ଥାଏ । ତେବେ ଯୁବଗୋଷ୍ଠୀଙ୍କ ପସନ୍ଦ ନୂଆ ଷ୍ଟାଇଲ ସହ ହାଇସ୍ପିଡ କାର ।

ସୌଜନ୍ୟ: ଦୈନିକ ଭାସ୍କର