କେନ୍ଦୁଝରର ବୃହତ ରଥଯାତ୍ରା : ଶେଷ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି, ଚତୁର୍ଦ୍ଧାମୁର୍ତ୍ତିଙ୍କୁ ଅପେକ୍ଷା

75

କନକ ବ୍ୟୁରୋ : ରାତିପାହିଲେ ଘୋଷଯାତ୍ରା । ଏଥିପାଇଁ ପ୍ରସ୍ତୁତ ହୋଇସାରିଲାଣି ବିଶ୍ୱର ବୃହତ ରଥଭାବେ ପ୍ରସିଦ୍ଧ ଲାଭ କରିଥିବା କେନ୍ଦୁଝର ପ୍ରଭୁବଳଦେବଜିଉଙ୍କ ରଥ । ରଥ ନିର୍ମାଣ ସମ୍ମୁର୍ଣ୍ଣ ହୋଇସାରିଥିବାବେଳେ ଏବେ ଅପେକ୍ଷା ଖାଲି ଚତୁର୍ଦ୍ଧାମୁର୍ତ୍ତିଙ୍କୁ । ଆସନ୍ତାକାଲି ଘୋଷଯାତ୍ରାକୁ ସୁରୁଖୁରରେ ପାଳନ କରିବାକୁ ପ୍ରଶାସନ ସମସ୍ତ ପ୍ରସୁତି କରିସାରିଛି ।

କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜିଉଙ୍କ ରଥଯାତ୍ରା ପାଇଁ ସରିଛି ସବୁ ପ୍ରକାରର ପ୍ରସ୍ତୁତି । ୭୨ଫୁଟ ଉଚ୍ଚ ଏବଂ ୪୫ଫୁଟ ପ୍ରସ୍ତର ଏହି ରଥକୁ ବିଶ୍ୱର ସର୍ବବୃହତ ରଥ କୁହାଯାଏ । ଗୋଟିଏ ରଥରେ ଚତୁର୍ଦ୍ଧାମୁର୍ତ୍ତି ମାଉସୀ ଘର ବିଜେ କରନ୍ତି । ଏଥିପାଇଁ ରଥକାର୍ଯ୍ୟ ସମ୍ପୁର୍ଣ୍ଣ ହୋଇ ପ୍ରସ୍ତୁତ ହୋଇସାରିଲାଣି । ଆଜି ସଂନ୍ଧ୍ୟାରେ ଠାକୁରöଙ୍କ ନବଯୌବନ ଦର୍ଶନ ସହ ନେତ୍ର ଉତ୍ସବ ଅନୁଷ୍ଠିତ ହେବ । କାଲି ସମସ୍ତ ରୀତିନୀତି ପରେ ଚତୁର୍ଦ୍ଧାମୁର୍ତ୍ତି ପହଣ୍ଡିବିଜେ କରି ରଥାଋଢ ହେବାପରେ ରଥଟଣା ଅନୁଷ୍ଠିତ ହେବ । କେନ୍ଦୁଝର ରଥଯାତ୍ରାରେ ଆଦିବାସୀ ପରମ୍ପରାର ଛାପ ରହିଥାଏ । ଭୁୟାଁ ଏବଂ ଜୁଆଙ୍ଗ ସର୍ଦ୍ଦାର ମାନଙ୍କ ଦ୍ୱାରା ପ୍ରସ୍ତୁତ ସିଆଡି ଲତା ଦଉଡିରେ ରଥ ଟଣା ହୋଇଥାଏ । ଜିଲ୍ଲାର କୋଣ ଅନୁକୋଣରୁ ଆଦିବାସୀମାନେ ନିଜ ପାରମ୍ପାରିକ ବେଶଭୁଷା ଏବଂ ଅସ୍ତ୍ରଶସ୍ତ୍ର ଧରି ରଥଦାଣ୍ଡକୁ ଅସିଥାନ୍ତି । ଜିଲ୍ଲା ତଥା ରଜ୍ୟର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଭକ୍ତଙ୍କ ସମାବେଶ ହୋଇଥାଏ ।

ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ଏବଂ ରୀତିନୀତି ଅନୁଯାୟୀ କରିବାକୁ ସେବାୟତ ଏବଂ ସୁଆର ମାନେ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି । ଏହାସହ ଭିଡକୁ ଆଖି ଆଗରେ ରଖି ଜିଲ୍ଲା ଏସପିଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ ପୁଲିସ ଅଧିକାରୀ ଏବଂ ୫ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି । ଏହାସହ ବିଭିନ୍ନ ସ୍ଥାନରେ ବ୍ୟାପକ ସିସି କ୍ୟାମେରାର ବ୍ୟବସ୍ଥା କରାଯାଇ ସ୍ଥିତି ଉପରେ ନଜର ରଖିବାକୁ ସ୍ୱତନ୍ତ୍ର କଂଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି ।