ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସରେ ନିଆରା ଉଦ୍ୟମ । ପୁରୀ ଜିଲ୍ଲାର ଶହେ କିଲୋମିଟର ବେଳାଭୂମି ସଫେଇ ପାଇଁ ସାମିଲ ହେବେ ଦଶହଜାରରୁ ଅଧିକ ବ୍ୟକ୍ତି

207

କନକ ବ୍ୟୁରୋ : ପୁରୀ ସମୁଦ୍ର ବେଳାଭୂମିରେ ଆରମ୍ଭ ହୋଇଛି ବଡ ଧରଣର ସଫେଇ ଅଭିଯାନ । ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ସଫେଇ ସହ ମୋ ବିଚ୍ ଅଭିଯାନ ପାଇଁ ଆଜି କରାଯାଉଛି ଏକ ବିଶାଳ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ । ଆଜି ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ଏନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ପୁରୀ ଜିଲ୍ଲାର ପ୍ରାୟ ୧୦୦ କିଲୋମିଟର ବ୍ୟାପୀ ବେଳାଭୂମିରେ ଏକାଠି ହେଉଛନ୍ତି ଦଶ ହଜାର ଲୋକ । ସକାଳୁ ବେଳାଭୂମି ସଫେଇ କରାଯିବ । ଅଂଶଗ୍ରହଣକାରୀ ପ୍ରଥମେ ବେଳାଭୂମିରେ ନିଜ ନାମ ଲେଖି ପରିବେଶ ସୁରକ୍ଷା ପାଇଁ ଶପଥ ନେବେ । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସରକାରୀ କର୍ମଚାରୀ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ ଓଲିଉଡ୍ ଓ ବଲିଉଡର ଅନେକ କଳାକାର ଯୋଗ ଦେଇଛନ୍ତି ।