ଖୁବଶୀଘ୍ର ଶେଷ ହେବ ବିଶ୍ୱର ସବୁଠାରୁ ବଡ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ! ବର୍ଷକୁ ୧୦ କୋଟି ଲୋକ କରିପାରିବେ ଯାତ୍ରା

53

ଚୀନର ରାଜଧାନୀ ବେଜିଂରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନବନ୍ଦର । ଏହା ଦେଖିବାକୁ ପୂରାପୁରି ସ୍ପେଶକାଫ୍ଟ୍ର ଭଳି । ଅକ୍ଟୋବର ୨୦୧୯ରେ ଏହି ଏୟାରପୋର୍ଟରେ ପ୍ରଥମଥର ଟ୍ରାଏଲ କରାଯିବ । ବେଜିଂ ମୁନିସପାଲ ଅଫିସର ସୂଚନା ଅନୁଯାୟୀ, ଏହି ବିଶାଳ ପ୍ରୋଜେକ୍ଟର ନିର୍ମାଣ କାର୍ଯ୍ୟ ୨୦୧୯ ଜୁଲାଇ ମାସ ସୁଦ୍ଧା ଶେଷ ହେବ । ଏହି ବିମାନବନ୍ଦରଟି ଦାକ୍ସିଙ୍ଗ ଓ ଲାଙ୍ଗଫାଙ୍ଗର ସୀମାରେ ନିର୍ମାଣ କରାଯାଉଛି ।

beijing-airport_650x400_81516354183ଗ୍ଲୋବାଲ ଟାଇମସର ରିପୋର୍ଟ ଅନୁଯାୟୀ, ସ୍ପେଶକ୍ରାଫ୍ଟ ଭଳି ଡିଜାଇନ ହୋଇଥିବା ଏହି ବିମାନବନ୍ଦର ୩,୧୩,୦୦୦ ବର୍ଗ ମିଟର ପରିମିତ ଅଞ୍ଚଳ ଉପରେ ନିର୍ମାଣ କରାଯାଉଛି । ଏହି ବିମାନବନ୍ଦରରେ ୬ଟି ଗ୍ୟାଲେରୀ ରହିବାକୁ ଥିବା ବେଳେ ସୁନ୍ଦର ବଗିଚା ଓ ଅର୍ନ୍ତଜାତୀୟ ଯାତ୍ରୀଙ୍କ ପାଇଁ ଅଲଗା ଅଲଗା ଟର୍ମିନାଲ ରହିବ । ଏହାଛଡା ଯାତ୍ରୀଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ ବୋଲି ଜଣାପଡିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବିମାନବନ୍ଦରରୁ ପ୍ରତିବର୍ଷ ଦଶ କୋଟି ଯାତ୍ରୀ ଯାତ୍ରା କରିବେ ଏବଂ ୪ ମିଲିୟନ ଟନ୍ ମାଲ ଏହିଠାରୁ ବାହାରକୁ ପଠାଯିବ ।

ବେଜିଂ କ୍ୟାପିଟାଲ ଇଣ୍ଟରନ୍ୟାସନାଲ ବିମାନବନ୍ଦର ଠାରୁ ୬୭ କିଲୋମିଟର ଦୂରରେ ଏହି ବିମାନବନ୍ଦର ନିର୍ମାଣ କରାଯାଉଛି । ଖୁବଶୀଘ୍ର ଏହି ବିମାନବନ୍ଦରଟି ଖୋଲିବାକୁ ଥିବା ବେଳେ ଏହାକୁ ସଂଯୋଗ କରୁଥିବା ରାସ୍ତାର କାମ ଆରମ୍ଭ ହୋଇଗଲାଣି । ଡିଜାଇନ ଅନୁଯାୟୀ, ଏହି ବିମାନବନ୍ଦରରେ ୪ଟି ରନୱେ ରହିବ । ଏହାଛଡା ପ୍ରତିବର୍ଷ ଏଠାକୁ ୬ ଲକ୍ଷ ୨୦ ବିମାନ ଆସିବ ବୋଲି କୁହାଯାଇଛି ।