ଆଜି ବିଶ୍ୱ ପର୍ଯ୍ୟଟନ ଦିବସ : ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ସାଂସ୍କୃତିକ ଶୋଭାଯାତ୍ରା

64

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଶ୍ୱ ପର୍ଯ୍ୟଟନ ଦିବସରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଏହାକୁ ଉଦଘାଟନ କରିଥିଲେ । ଏହି ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ ଠାରୁ ବାହାରି ଏକାମ୍ରହାଟରେ ଶେଷ ହୋଇଥିଲା । ଶୋଭାଯାତ୍ରାରେ ଓଡିଶାର କଳାସଂସ୍କୃତିର ସମସ୍ତ ଝଲକ ଦେଖିବାକୁ ମିଳିଥିଲା ।

କେଉଁଠି ଓଡିଶୀ ନୃତ୍ୟ, ତ ଆଉ କେଉଁଠି ଶଙ୍ଖଧ୍ୱନିରେ ରାଜଧାନୀର ରାଜରାସ୍ତା ଫାଟି ପଡୁଥିଲା । ଏଥିରେ ଭୁବନେଶ୍ୱର ମେୟର ଓ ବିଧାୟକ ସାମିଲ ହୋଇଥିଲେ । ୨୦୧୬-୧୭ରେ ପର୍ଯ୍ୟଟନସ୍ଥଳୀ ଗୁଡିକର ଭିତ୍ତିଭୂମି ବିକାଶ ପାଇଁ ୮୦ ରୁ ୯୦ କୋଟି ଟଙ୍କା ଖର୍ଚ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ କରିଡର କରାଯିବ ବୋଲି ମେୟର କହିଛନ୍ତି । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :