ଏକ ଚକିଆ ସାଇକେଲରେ ୨୧ ହଜାର ମାଇଲ ଯାତ୍ରା ! ବିଶ୍ୱ ଭ୍ରମଣ କରି ଏହି ଯୁବକ କଲେ ରେକର୍ଡ ।

49

ପୁରା ଦୁନିଆର ଭ୍ରମଣ କରିବା ସମସ୍ତଙ୍କ ସ୍ୱପ୍ନ ହୋଇଥାଏ । କିନ୍ତୁ ଭ୍ରମଣ ଯଦି ସାଇକେଲ ଦ୍ୱାରା କରାଯିବା ନେଇ ପ୍ରଶ୍ନ ଉଠେ ତେବେ ନିଶ୍ଚିତ ଭାବରେ ସମସ୍ତେ ପଛଘୁଂଛା ଦେବେ । କିନ୍ତୁ ଏଭଳି କାରନାମା କରି ଦେଖାଇଛନ୍ତି ବ୍ରିଟେନର ୨୧ ବର୍ଷୀୟ ଯୁବକ । ତାଙ୍କ ନାମ ହେଉଛି ଇଡି ପ୍ରେଟ୍ । ଯିଏକି ଗୋଟିଏ ଚକ ଥିବା ସାଇକେଲରେ ତିନି ବର୍ଷରେ ପୁରା ଦୁନିଆ ଭ୍ରମଣ କରିସାରିଛନ୍ତି । ଆଉ ସବୁଠାରୁ ବଡ କଥା ହେଉଛି ଏହି ଭ୍ରମଣ ସମୟରେ ସେ ଚାରିଟୀ ପାଇଁ ୨.୫ କୋଟିରୁ ଅଧିକ ଟଙ୍କାର ଦାନ ମଧ୍ୟ ଏକାଠି କରିଛନ୍ତି ।

ସେ ବିଶ୍ୱର ପ୍ରଥମ ବ୍ୟକ୍ତି ହୋଇଯାଇଛନ୍ତି, ଯିଏକି ଏହି ଯାତ୍ରା ବିନା କୌଣସି ସମର୍ଥନରେ ପୁରା କରିଛନ୍ତି । ମାର୍ଚ୍ଚ ୨୦୧୫ରେ ଟାଇଟନ ସ୍ଥିତ ସମରସେଟରୁ ୨୧ ହଜାର ମାଇଲ ଯାତ୍ରାକୁ ଏକ ଚକିଆ ସାଇକେଲ ସହ ଆରମ୍ଭ କରିଥିଲେ । ସେ ନିଜ ସହ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ନେଇଥିଲେ । ବିନା କୌଣସି ସମର୍ଥନରେ ସେ ଏହି ଯାତ୍ରା ପୁରା କରିଥିବା ବେଳେ ଏହି ଯାତ୍ରାର ଫଟୋ ଗୁଡିକୁ ସେ ସୋସିଆଲ ସାଇଟରେ ପୋଷ୍ଟ କରିଛନ୍ତି ।  ଏଥିରେ କେତେକ ଦେଶର ପ୍ରମୁଖ ସ୍ଥାନର ଫଟୋ ରହିଛି । ସାଇକେଲରେ ଏହି ଭ୍ରମଣ କରିଥିବା ବେଳେ ଦକ୍ଷିଣ ଏସିଆ ଏବଂ ୟୁରୋପର ୨୦ରୁ ଅଧିକ ଦେଶ ସେ ବୁଲି ସାରିଛନ୍ତି ।

ସେ ଭ୍ରମଣ କରିସାରିଥିବା ଦେଶ ଗୁଡିକ ହେଉଛି, ଚୀନ, ସିଙ୍ଗାପୁର, ୟୁରୋପର ତୁର୍କୀ, ଜାର୍ଜିୟା, ଅଜରବୈଜାନ, କଜାକିସ୍ତାନ, କିର୍ଗିସ୍ତାନ, ଅଷ୍ଟ୍ରେଲିଆ, ନ୍ୟୁଜଲାଣ୍ଡ ଏବଂ ଆମେରିକା । ଏହାପରେ ସେ ନୁୟର୍କର ଏଡନବର୍ଗ ଯାଇଥିଲେ ଏବଂ ସେଠାରୁ ନିଜ ଯାତ୍ରାର ଅନ୍ତ ସମରସେଟ୍ ଠାରେ କରିଥିଲେ । ତେବେ ସବୁଠାରୁ ବଡ କଥା ହେଉଛି, ସେ ଏହି ଯାତ୍ରା ସମୟରେ ୨ କୋଟି ୬୯ ଲକ୍ଷ ୮୧ ହଜାର ଟଙ୍କା ଏକାଠି କରିପାରିଛନ୍ତି । ଏହି ଟଙ୍କା ଗରିବ ପିଲାମାନଙ୍କର ଭଲ ଭବିଷ୍ୟତ ଗଢିବା ପାଇଁ କାମରେ ଆସିବ ବୋଲି ସେ କହିଛନ୍ତି ।