ଦୁନିଆର ସବୁଠୁ ଶସ୍ତା ପେଟ୍ରୋଲ ! ଲିଟର ପିଛା ଦର ମାତ୍ର ୬୦ ପଇସା ।

452

ଭାରତରେ ଦୀର୍ଘ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ରହିବା ପରେ ଏବେ ତୈଳ ଦର ପୁଣି ଥରେ ଖସୁଛି । ଗତ ୧ ସପ୍ତାହ ମଧ୍ୟରେ ପେଟ୍ରୋଲ ଦର ୬ ଟଙ୍କା ପ୍ରତି ଲିଟର ହ୍ରାସ ପାଇଛି । କିନ୍ତୁ ତୈଳ ଦରକୁ ନେଇ ଏମିତି ଏକ ଖବର, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦୁନିଆରେ ଏମିତି ବି କେତେକ ଦେଶ ଅଛି ଯେଉଁଠି, ପେଟ୍ରୋଲ ଦର ୬ ଟଙ୍କାରୁ ମଧ୍ୟ କମ୍ ଅଟେ । ଆମେ ଆପଣଙ୍କୁ ଏମିତି ଦେଶ ବିଷୟରେ କହୁଛୁ ।

ଆପଣ ଶୁଣିଲେ ବିଶ୍ୱାସ କରିବେନି, ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଭେନେଜୁଏଲାରେ ପେଟ୍ରୋଲ ଦର ଲିଟର ପ୍ରତି ମାତ୍ର ୬୧ ପଇସା ଅଟେ । ସେହିପରି ସୁଡାନରେ ପେଟ୍ରୋଲ ଦର ଲିଟର ପ୍ରତି ମାତ୍ର ୯ ଟଙ୍କା ୩୨ ପଇସା ଅଟେ । ଇରାନରେ ପେଟ୍ରୋଲ ଦର ୨୦ ଟଙ୍କା ୫୦ ପଇସା ଅଟେ । କୁଏତରେ ପେଟ୍ରୋଲ ଦର ୨୪ ଟଙ୍କା ୮୨ ପଇସା ରହିଛି । ଏହି ଦେଶଗୁଡିକ ନିଜ ଆବଶ୍ୟକତା ଠାରୁ ଅଧିକ ବିଶୋଧିତ ତେଲ ଉତ୍ପାଦନ କରିଥାନ୍ତି । ସେହିପରି ଆଲଜେରିଆରେ ପେଟ୍ରୋଲ ଲିଟର ପିଛା ୨୫ ଟଙ୍କା ୫୪ ପଇସା ରହିଥିବା ବେଳେ ନାଇଜେରିଆରେ ପେଟ୍ରୋଲ ଦର ୨୯ ଟଙ୍କା ୧୪ ପଇସା ରହିଛି ।