ଆଜି ବିଶ୍ୱ ସାପ ଦିବସ ! କାହିଁକି ପାଳନ ହୁଏ ଏହି ଦିନ ଏବଂ ସାପ ମାନଙ୍କୁ ନେଇ ଜାଣନ୍ତୁ କିଛି ଅଜଣା କଥା

86

ଆଜି ବିଶ୍ୱ ସାପ ଦିବସ । ସାପ ମାନଙ୍କ ପ୍ରତି ନିଜ ସ୍ନେହ ଦେଖାଇବା ପାଇଁ ବିଶ୍ୱରେ ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ପ୍ରକାର ଆୟୋଜନ କରିଥାନ୍ତି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ସାପ ମାନଙ୍କୁ କ୍ଷତି ନପହଂଚାଇବା ପାଇଁ ସଚେତନତା ସୃଷ୍ଟି କରିବା ।

ସାପ ମାନଙ୍କୁ ଦେଖିବା କ୍ଷଣି ଭୟରେ ଲୋକମାନେ ସେମାନଙ୍କୁ ମାରିବା ପାଇଁ ବିଭିନ୍ନ ପ୍ରକାର କାଇଦା ଆପଣେଇବା ଆରମ୍ଭ କରିଦିଅନ୍ତି । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେତିକି ସାପଙ୍କୁ ଲୋକମାନେ ଭୟରେ ମାରିଦିଅନ୍ତି ସେଥିମଧ୍ୟରୁ ମାତ୍ର ୧୦ ପ୍ରତିଶତ ବିଷାକ୍ତ ଥାନ୍ତି ।

୧୯୬୭ ଜୁଲାଇ ୧୬ରେ ସାପ ମାନଙ୍କୁ ନେଇ ଟେକ୍ସାସରେ ଏକ ଅଭିଯାନ ଆରମ୍ଭ ହୋଇଥିଲା । ଏହା ଦ୍ୱାରା ଲୋକମାନଙ୍କ ମଧ୍ୟରେ ସାପକୁ ନେଇ ସଚେତନତା ସୃଷ୍ଟି କରାଯାଇଥିଲା । ପରେ ଜୁଲାଇ ୧୬କୁ ବିଶ୍ୱ ସାପ ଦିବସ ରୂପେ ଘୋଷଣା କରାଯାଇଥିଲା ।

ନଜର ପକାନ୍ତୁ ସାପ ମାନଙ୍କୁ ନେଇ କିଛି ଅଜଣା କଥା :

• ଭାରତରେ ପ୍ରାୟ ୩୦୦ ପ୍ରଜାତିର ସାପ ଅଛନ୍ତି । ତେବେ ସେଥିମଧ୍ୟରୁ କେବଳ ୫୦ପ୍ରଜାତି ବିଷାକ୍ତ ଥାନ୍ତି ।

• ସାପ ନିଜ ଶିକାରକୁ ଚୋବାଇ ନଥାଏ ବରଂ ଗିଳି ଦେଇଥାଏ ।

• ସାପ ମାନଙ୍କର ବୟସ ୪ ରୁ ୨୫ବର୍ଷ ବୟସ ପର୍ଯ୍ୟନ୍ତ ହୋଇଥାଏ ।

• ବିଷାକ୍ତ ସାପ ମାନଙ୍କ ମଧ୍ୟରେ କିଙ୍ଗ୍ କୋବ୍ରା ସବୁଠାରୁ ଅଧିକ ଲମ୍ବା ।

• ବ୍ରାଜିଲର ସ୍ନେକ୍ ଆଇଲାଣ୍ଡରେ ସାପମାନଙ୍କ ସଂଖ୍ୟା ଅଧିକ ।

• କିଛି ସାପଙ୍କର ଦୁଇଟି ମୁହଁ ଥାଏ । ଏପରି ସାପ ମାନେ ନିଜ ହିସାବରେ ଶରୀରକୁ କଂଟ୍ରୋଲ୍ କରିଥାନ୍ତି । କେବେ କେବେ ନିଜ ଶିକାରକୁ ନେଇ ଏହି ଦୁଇ ମୁହଁ ଭିତରେ ଝଗଡା ମଧ୍ୟ ହୋଇଥାଏ ।

• ରିପୋର୍ଟ ଅନୁସାରେ, ଏମିତି ଏକ ପ୍ରଜାତିର ସାପ ଅଛି ଯିଏ ପୁରୁଷ ସାପ ବିନା ଅଣ୍ଡା ଦେଇପାରେ ।

• ଗ୍ରାସ୍ ସ୍ନେକ୍ ଏବଂ ସ୍ପେଟିଂ କୋବ୍ରାର ଏକ ପ୍ରଜାତିର ସାପ ଅଛି ଯିଏ ବିପଦ ଅନୁଭବ କଲେ ମରିବାର ନାଟକ କରିଥାନ୍ତି । ସେମାନଙ୍କ ଶରୀର ସଙ୍କୁଚିତ ହୋଇଯିବା ସହ ଜିଭ ବାହାରକୁ ବାହରି ଆସେ । ଏମିତି ଅବସ୍ଥା ଦେଖି ଲୋକେ ମୃତ ଭାବି ଚାଲିଯିବା ପରେ ସେମାନେ ପ୍ରାକୃତିକ ଅବସ୍ଥାକୁ ଚାଲିଆସିଥାନ୍ତି ।