ସାରା ବିଶ୍ୱ ଦେଖିଲା ଭାରତ ଓ ଆମେରିକାର ନିବିଡ ସମ୍ପର୍କ । ଭାରତ ଓ ବିଶ୍ୱ ରାଜନୀତିରେ ସୃଷ୍ଟି ହୋଇଛି ବିଶ୍ୱର ସର୍ବବୃହତ ଓ ସର୍ବ ପୂରାତନ ଗଣତନ୍ତ୍ରର ଏକ ନିଆରା ସମୀକରଣ

279

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଗୋଟିଏ ମଂଚରେ ପ୍ରାୟ ଦୁଇ ଘଂଟାରୁ ଅଧିକ ସମୟ ବିତାଇଛନ୍ତି । ଏହା ସହ ଭାରତ ଓ ବିଶ୍ୱ ରାଜନୀତିରେ ସୃଷ୍ଟି ହୋଇଛି ବିଶ୍ୱର ସର୍ବବୃହତ ଓ ସର୍ବ ପୂରାତନ ଗଣତନ୍ତ୍ରର ଏକ ନିଆରା ସମୀକରଣ । ଯେଉଁଠି ନେତାଙ୍କ ଭାବାବେଗ ସହିତ ବିଶ୍ୱ ଦେଖିଛି ସମ୍ପର୍କ ଓ ସହଭାଗୀତାର ନୂଆ ଉଦାହରଣ । ସାରା ବିଶ୍ୱ ଦେଖୁଥିଲା ଯେତେବେଳେ ଆମେରିକାର ହ୍ୟୁଷ୍ଟେନରେ ମୋଦି ଓ ଟ୍ରମ୍ପ ଗୋଟିଏ ମଂଚରେ ଥିଲେ । ଆଉ ସଫା ସଫା ସଫା ଦେଖାଯାଉଥିଲା ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ବନ୍ଧୁତ୍ୱ ।

ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଏହି ସମାବେଶ ପୂର୍ବରୁ ମଂଚ ପଛପଟେ ବି ନଜର ଆସିଥିଲା ମୋଦି ଟ୍ରମ୍ପଙ୍କ ନିବିଡ ସମ୍ପର୍କ । ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ହ୍ୟୁଷ୍ଟେନର ଏନଆରଜି ଷ୍ଟାଡିୟମରେ ପହଁଚିଥଲେ ସେତେବେଳେ ରେଡ କାର୍ପେଟରେ ଆମେରିକା ରାଷ୍ଟ୍ର ମୁଖ୍ୟଙ୍କୁ ପାଛୋଟି ନେଇଥିଲେ ମୋଦି । ଇଏ ସେହି ମୂହୁର୍ତ ଥିଲା ଯେତେବେଳେ ଦୁଇ ଦେଶର ରାଷ୍ଟ୍ର ମୁଖ୍ୟ ପରସ୍ପରର ସହଭାଗୀତାର କଥା କହୁଥିଲେ । କେମିତି ଭାରତ ଓ ଆମେରିକାର ସାମୁହିକ ସମସ୍ୟା ରହିଛି ଓ ଏଥିରେ ଆମେରିକା ଭାରତ ସହ ଛିଡା ହୋଇଛି ସେନେଇ ପ୍ରତିଶ୍ରୁତି ଦେଇଥିଲେ ଟ୍ରମ୍ପ । ଆଉ ଭାରତ ବି ଆମେରିକାର ପ୍ରକୃଷ୍ଠ ବନ୍ଧୁ ତାହା ଦର୍ଶାଇଥିଲେ ମୋଦି । ମୋଦି ଟ୍ରମ୍ପ ଭେଟଘାଟ ପୂର୍ବରୁ ବି ସାମ୍ନାକୁ ଆସିଥିଲା କେମିତି ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ଭିତରେ ପରସ୍ପରକୁ ଭେଟିବା ପାଇଁ ଉତ୍ସୁକତା ରହୁଛି । କାହିଁକି ନାଁ ପରସ୍ପର ଉଦ୍ଦେଶ୍ୟରେ ଟ୍ୱିଟ କରି ଭେଟଘାଟର ଠିକ ପୂର୍ବରୁ ଟ୍ରମ୍ପ ଓ ମୋଦି ଏହି ସାକ୍ଷାତକୁ ନେଇ କେତେ ଉତ୍ସାହିତ ସେନେଇ ଟ୍ୱିଟ କରି ଚାଲିଥିଲେ ।