ଫ୍ୟାନଙ୍କୁ ‘ବିରାଟ’ ନିଶା ! କୋହଲିଙ୍କ ପାଇଁ ୪୪୮୨ଟି ଦୀପରେ ତିଆରି କଲେ ବିଶ୍ୱର ବୃହତ ଚିତ୍ର ।

କିନ୍ତୁ ବିରାଟଙ୍କ ପାଇଁ ସମସ୍ତଙ୍କ ମନରେ ରହିଛି ଭଲ ପାଇବା। ଯାହାକି ନିକଟରେ ମୁମ୍ବାଇରେ ବିରାଟ କୋହଲିଙ୍କୁ ନେଇ ଏକ ବୃହତ୍ତ କଳାକୃତି ପ୍ରସ୍ତୁତ ହୋଇଥିବା ଦେଖିବାକୁ ମିଳିଛି ।

102

କନକ ବ୍ୟୁରୋ: କ୍ରିକେଟ୍ ଜଗତର ବର୍ତ୍ତମାନର ଭଗବାନ କହିଲେ ବିରାଟ କୋହଲିଙ୍କୁହିଁ କଳନା କରୁଛନ୍ତି କ୍ରୀଡ଼ା ପ୍ରେମୀ । ଆଉ ଭାରତରେ ଅନେକ ଲୋକ କ୍ରିକେଟକୁ ‘ଧର୍ମ’ ଏବଂ କ୍ରିକେଟରଙ୍କୁ ‘ଭଗବାନ’ଙ୍କ ଭଳି ଦେଖିଥାନ୍ତି। କ୍ରିକେଟରଙ୍କୁ ସାକ୍ଷାତ କରିବା ପାଇଁ ପ୍ରଶଂସକମାନେ କୌଣସି ବାହାନା ଦେଖାଇ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାର ଘଟଣା ଅତୀତରେ ଅନେକ ଥର ଦେଖିବାକୁ ମିଳିଛି। କିନ୍ତୁ ବିରାଟଙ୍କ ପାଇଁ ସମସ୍ତଙ୍କ ମନରେ ରହିଛି ଭଲ ପାଇବା। ଯାହାକି ନିକଟରେ ମୁମ୍ବାଇରେ ବିରାଟ କୋହଲିଙ୍କୁ ନେଇ ଏକ ବୃହତ୍ତ କଳାକୃତି ପ୍ରସ୍ତୁତ ହୋଇଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ ମୁମ୍ବାଇର ଆବାଶହେବ ଶେହେୱାଲେ ନାମକ ଚିତ୍ରଶିଳ୍ପୀ କୋହଲିଙ୍କ ୩୦ତମ ଜନ୍ମଦିନ ତଥା ଦୀପାବଳି ଅବସରରେ ଅମ୍ବାସାହ ନାମରେ ସିବୁଡସ ଗ୍ରାଣ୍ଡ ସେଣ୍ଟ୍ରାଲ ମଲ ନାଭି ମୁମ୍ବାଇରେ କଳା ପ୍ରଦର୍ଶନ କରିଛନ୍ତି । ଯାହା ଏବେ ସୋସିଆଲ ମିଡ଼ିଆର ଟ୍ରେଣ୍ଡିଂ ନିଉଜ ପାଲଟିଛି । ଏହି ମୋଜାଇକ୍ ଚିିତ୍ର କଳାରେ କଳାକାର ଜଣକ ଦୀପ ଓ ମାଟି ପାତ୍ରରେ ଏକ ବିଶାଳ କଳାକୃତି ପ୍ରସ୍ତୁତ କରିଛି। ଏଥିରେ ସେ ୪ ହଜାର ୪୮୨ଟି ଦୀପକୁ ବ୍ୟବହାର କରି ବିରାଟଙ୍କ ମୋଜାଇକ୍ ଫଟୋ ପ୍ରସ୍ତୁତ କରିଛନ୍ତି।

କେବଳ ଦୀପରେ ହୋଇଥିବା ଏହି ବୃହତ ଫଟୋଟି ସହିତ ସେଲ୍ଫି ନେଉଛନ୍ତି କ୍ରିକେଟ ପ୍ରସଂଶକ । ଏହାସହ ପ୍ରଶଂସକମାନେ କାରିଗରଙ୍କୁ ବହୁ ପ୍ରଶଂସା କରିଛନ୍ତି। ତେବେ ଏଥିରେ ୧୦,୦୦୦ ଟଙ୍କା ଖର୍ଚ୍ଚ ହୋଇଛି ଥିବାବେଳେ ଚିତ୍ରଟି ୯.୫ ଓସାର ଓ ୧୪ ଫୁଲ ଲମ୍ବ ହୋଇଥିବା ଦେଖିବାକୁ ମିଳିଛି ।